ମାନସଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ

ରାଜ୍ୟରେ ୱକ୍‌ଫ ଝଡ଼ ଥମିବାର ନାଁ ନେଉନାହିଁ। ବିଜେଡିର ଗୋଟିଏ ପରେ ଗୋଟିଏ ନେତା ମୁହଁ ଖୋଲିବା ଆରମ୍ଭ କରି ଦେଇଛନ୍ତି। ବିଜୁ ଯୁବ ଜନତା ଦଳ ନେତା ନୀଳ ମାଧବ ମହାନ୍ତି ବିଲ୍‌ ସମର୍ଥନ ପଛରେ ମାନସ ମଙ୍ଗରାଜ ବଡ଼ ଡିଲ୍‌ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ମାନସ ଏବଂ ସସ୍ମିତଙ୍କୁ ବିଜୁ ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଜୋରଦାର ବିରୋଧ କରାଯିବ ବୋଲି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଭୋଟିଂ ପରଦିନ ସସ୍ମିତ ପାତ୍ରଙ୍କୁ ଫୋନ କରି ପଚାରିଥିଲୁ। ବିବେକ ଅନୁଯାୟୀ ଭୋଟ ପାଇଁ ମାନସ ମଙ୍ଗରାଜ କହିଥିବା କହିଥିଲେ।

ଅନ୍ୟପକ୍ଷେ ମାନସ ମଙ୍ଗରାଜ ଭାଜପାର ଦଲାଲ ସାଜିଛନ୍ତି ବୋଲି ନୀଳ ମାଧବ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷେ ନୀଳ ମାଧବଙ୍କ ଅଭିଯୋଗ ପରେ ମାନସଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Post Views4 Total Count

Apply Now


This will close in 0 seconds

error: Content is protected !!