ମକର ସଂକ୍ରାନ୍ତି ରେ ମହାପ୍ରଭୁ ଲିଙ୍ଗରାଜ ଙ୍କ ନୀତି ବନ୍ଦ । ମହାପ୍ରଭୁ ଲିଙ୍ଗରାଜ ଙ୍କ ନବାଙ୍କ ବେଢ଼ା ନୀତି ଗତକାଲି ସନ୍ଧ୍ୟା ରୁ ବନ୍ଦ ଅଛି । ଆଜି ମକର ସଂକ୍ରତି ରେ ବନ୍ଦ ରହିବ ନୀତିକାନ୍ତି। ବଡୁ ଓ ସୁଆର ନିଯୋଗ ସେବାୟତ ଙ୍କ ଭିତରେ ବିବାଦ ପାଇଁ ବନ୍ଦ ରହିଛି ନୀତି । ୨୦୨୫ରେ ଏକାମ୍ରର ଆରାଧ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନବାଙ୍କ ବେଢା ନୀତିର ଖୀର ଆଉଟା ପାଇଁ ବଡୁ ଓ ସୁଆର ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ୨୪ ଡିସେମ୍ବର ୨୦୨୫ରେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଜିଲ୍ଲାପାଳଙ୍କ ତରଫରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା।
ଯେଉଁଥରେ ମକର ପୂର୍ବ ସନ୍ଧ୍ୟାରେ ଖୀର ଆଉଟାଇବା ପାଇଁ ପରବ ଯାତ୍ରା ବିଷୋୟୀ ଜାଳ କାଠ ଓ ଅସ୍ଥାୟୀ ଚୁଲି ପ୍ରସ୍ତୁତ କରିବେ। ଘଣ୍ଟ ଏବଂ ମେଘ ଡମ୍ବରୁ ଘୃତ କମଳ ଲାଗି କରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ଅବୈଧ ଦର୍ଶାଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ଉଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରିଥିଲେ।ନେଇ ହାଇକୋର୍ଟ ଆଜି ଶୁଣାଣି କରିଛନ୍ତି । ଉକ୍ତ ଶୁଣାଣିରେ ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଠାକୁରଙ୍କ ନବାଙ୍କ ବେଢ଼ା ନୀତି ସ୍ଥଗିତ ରଖିବାକୁ ଦର୍ଶାଯାଇଛି । ଯାହା ଫଳରେ ନବାଙ୍କ ବେଢ଼ା ନୀତି ଗତକାଲି ସନ୍ଧ୍ୟା ରୁ ବନ୍ଦ ଅଛି
ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ନେଇ ବ୍ରାହ୍ମଣ ଓ ବଡୁ ନିଯୋଗ ଦୋଷ ଲଦାଲଦୀ। ଉପାସରେ ପ୍ରଭୁ ଶ୍ରୀ ଲିଙ୍ଗରାଜ। ଆଜି ବି ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଯେହେତୁ ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା ଏବଂ ନୀତି ବନ୍ଦ ରହିଥିଲା। ଠାକୁରଙ୍କ ଘୃତକମଳ ହୋଇପାରିନି। ଫଳରେ ଆଜି ମଧ୍ୟ ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ। ଯେପର୍ଯ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ଆଇନ ନ ଆସିଛି ସେ ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିଥିବ ବୋଲି କହିଛି ବ୍ରାହ୍ମଣ ନିଯୋଗ ସମ୍ପାଦକ। ୨୦୨୪ ଯାଏଁ ବଡୁ ସେବାୟତ ଘୃତକମଳ ନୀତି କରୁଥିଲେ। ହଠାତ ୨୦୨୫ରେ କାହିଁକି ଏଥିରେ ପରିବର୍ତ୍ତନ ହେଲା ବୋଲି ବଡୁ ନିଯୋଗ ପ୍ରଶ୍ନ କରିଛି। ଏନେଇ କୋର୍ଟରେ ମାମଲା ବି ରହିଛି।
୨୦୨୬ ଫେବ୍ରୁଆରୀରେ ପରବର୍ତ୍ତୀ ଶୁଣାଣୀ ହେବ। ଏନେଇ ଦେବୋତ୍ତର କମିଶନ ନିକଟରେ ଅଭିଯୋଗ ହୋଇଥିଲା। ମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଥିଲେ କ୍ଷୀର ଆଉଟା ନୀତିକୁ ବାଦ ଦେଇ ଅନ୍ୟ ସମସ୍ତ ନୀତି ହୋଇପାରିଥାନ୍ତା। କିନ୍ତୁ ଗତକାଲି ଠାରୁ ଏବେ ଯାଏଁ ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବାରୁ ନୀତିକାନ୍ତି ବନ୍ଦ ରହିଛି। ଆଜି ଆଉ କୌଣସି ପ୍ରକାର ନୀତି ହୋଇପାରିବନି।
ନୀତିକାନ୍ତି ବନ୍ଦ କରିଥିବା ସେବାୟତ ଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। କଡ଼ା ଚେତାବନୀ ଦେଲେ ଏକାମ୍ର ବିଧାୟକ। ଆପଣ ଠାକୁରଙ୍କ ଠାରୁ ବଡ଼ ନୂହେଁ। ଆମ ପରିଚୟ ଶ୍ରୀ ଲିଙ୍ଗରାଜ। ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୂହେଁ। ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ଯଜନକ। ସେବାୟତ ଭାଇ ମାନଙ୍କୁ ଅନୁରୋଧ ଶ୍ରଦ୍ଧାଳୁ ଙ୍କ ଭାବାବେଗ କୁ ଆଘାତ ଦିଅନ୍ତୁ ନାହିଁ। ଆମ ଭିତରେ ସହେ କଳି ଥାଇପାରେ ପୂଜା ପରେ ଆଲୋଚନା ହୋଇପାରେ। ସରକାର ଯଦି ଶୁଣିନାହାନ୍ତି ପୂଜା ପରେ ଆଲୋଚନା ହୋଇପାରିବ। ଯେଉଁମାନେ ନୀତିକାନ୍ତି ବନ୍ଦ କରିଛନ୍ତି ସେମାନଙ୍କ ଯୋଗ୍ୟତା ନାହିଁ ସେବା କରିବାକୁ।

