ଭାରତରେ ନିର୍ମାଣ ହେବ ଯୁଦ୍ଧ ବିମାନ

ଭାରତୀୟ ବାୟୁସେନା(IAF)କୁ ଶକ୍ତିଶାଳୀ କରିବ ରାଫେଲ। ଭାରତ ସରକାର ଫ୍ରାନ୍ସରୁ ଆହୁରି ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛନ୍ତି। ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କାର ଏହି ବୃହତ ଚୁକ୍ତି ଆସନ୍ତା ମାସରେ ଚୂଡ଼ାନ୍ତ ହେବ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଭାରତ ଗସ୍ତ ସମୟରେ ଏଥିରେ ମୋହର ଲାଗିବ। ଭାରତ ପୂର୍ବରୁ ନୌସେନା ପାଇଁ ୨୬ଟି ‘ରାଫେଲ୍-ଏମ୍’ ବିମାନ କିଣିବାକୁ ଚୁକ୍ତି କରିସାରିଛି।

ଏହି ଚୁକ୍ତିର ସବୁଠାରୁ ବଡ଼ ଦିଗ ହେଉଛି ଯେ, ଅଧିକାଂଶ ଯୁଦ୍ଧ ବିମାନ ଭାରତରେ ହିଁ ନିର୍ମାଣ କରାଯିବ। ହାଇଦ୍ରାବାଦରେ ‘ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ’ ଏବଂ ଫ୍ରାନ୍ସର ‘ଡାସଲ୍ଟ ଆଭିଏସନ୍’ ମିଳିତ ଭାବେ ରାଫେଲର ଫ୍ୟୁଜଲେଜ୍ ନିର୍ମାଣ କରିବେ। ଏହି ପ୍ରକଳ୍ପ ଦ୍ୱାରା ରାଫେଲ୍ ନିର୍ମାଣର ପ୍ରାୟ ୬୦ ପ୍ରତିଶତ କାର୍ଯ୍ୟ ଭାରତରେ ହେବ। ଯାହା ଦେଶର ପ୍ରତିରକ୍ଷା ଶିଳ୍ପକୁ ନୂତନ ଜ୍ଞାନକୌଶଳ ଯୋଗାଇବ।

ଭାରତୀୟ ବାୟୁସେନାରେ କମୁଥିବା ଯୁଦ୍ଧ ବିମାନ ସ୍କ୍ୱାଡ୍ରନ ସଂଖ୍ୟାକୁ ସ୍ଥିର ରଖିବା ପାଇଁ ଏହି ୧୧୪ଟି ବିମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିମଧ୍ୟରୁ ପ୍ରାୟ ୧୨ ରୁ ୧୮ଟି ବିମାନ ସିଧାସଳଖ ଫ୍ରାନ୍ସରୁ ଉଡ଼ାଣ ପାଇଁ ପ୍ରସ୍ତୁତ ଅବସ୍ଥାରେ ଆସିବ। ଯାହାକୁ ବାୟୁସେନା ତୁରନ୍ତ ଏହାକୁ ବ୍ୟବହାର କରିପାରିବ।

Post Views3 Total Count

Apply Now


This will close in 0 seconds

error: Content is protected !!