ବିଜେଡିର ନବମ ଥର ସଭାପତି ହେଲେ ନବୀନ

ବିଜେଡିର ନବମ ଥର ସଭାପତି ହେଲେ ନବୀନ । ଘୋଷଣା କଲେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ । ଏକମାତ୍ର ପ୍ରାର୍ଥୀ ଭାବେ ଦାଖଲ କରିଥିଲେ ନାମାଙ୍କନ ।

ନିର୍ଦ୍ବନ୍ଦ୍ବରେ ବିଜେଡି ସଭାପତି ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ । ଖଣ୍ଡୁଆପାଟ ଦେଇ ନବୀନଙ୍କୁ ସ୍ବାଗତ କଲେ କର୍ମୀ । ସଭାପତି ଭାବେ ନବୀନଙ୍କ ନାଁ ଘୋଷଣା ହେବା ପରେ ଏବେ ଜଣକ ପରେ ଜଣେ କର୍ମୀ ନବୀନଙ୍କୁ ଭେଟୁଛନ୍ତି ।

ସାଧାରଣ ନିର୍ବାଚନ ୨୦୨୪ରେ ପରାଜୟ ପରେ ପୁଣି ଦଳ ସଜାଡୁଛି ବିଜେଡି । ବିଜେଡି ସାଂଗଠନିକ ନିର୍ବାଚନରେ ୩୩ ସାଂଗଠନିକ ଜିଲ୍ଲାରୁ ୧୮ଟି ଜିଲ୍ଲାସଭାପତିଙ୍କ ନାଁ ଘୋଷଣା ହୋଇଛି । ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ୱ ଦିଆଯାଇଛି । ନିର୍ବାଚନ ପରାଜୟ ପରେ ବିଜେଡିରେ ଶୃଙ୍ଖଳା ଭଙ୍ଗ ହୋଇଛି । ତେବେ ନବୀନ ପୁଣି ଦଳର ମୁଖିଆ ଭାବେ ଦାୟିତ୍ୱ ନେଇ ଦଳ ଶୁଙ୍ଖଳିତ କରିବେ ବୋଲି ଚର୍ଚ୍ଚା ହେଉଛି ।

Post Views4 Total Count

Apply Now


This will close in 0 seconds

error: Content is protected !!