ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ ଯିବେ ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ

ମହାକାଶ ଯାତ୍ରାରେ ଆଉ ଏକ ଅଧ୍ୟାୟ ରଚିବ ଭାରତ । ପ୍ରଥମ ଭାରତୀୟ ଭାବେ ୪୦ ବର୍ଷ ପରେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନକୁ ଯିବେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଆସନ୍ତା ମେ ମାସରେ ଆଇଏସ୍ଏସ୍‌କୁ ଯାତ୍ରା କରିବେ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ । ମେ ମାସରେ ଅକ୍ସିଅମ୍‌-୪ ମିଶନ ଲଞ୍ଚ ହେବ । ଏଥିରେ ମିଶନ୍ ପାଇଲଟ ହେବେ କ୍ୟାପ୍ଟେନ୍ ଶୁଭାଂଶୁ । ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନଙ୍କ ସହ ସମୀକ୍ଷା ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି ।

୧୯୮୪ରେ ସୋଭିଏତ ସ୍ପେସ୍‌କ୍ରାଫ୍ଟରେ ପ୍ରଥମ ଭାରତୀୟ ଭାବେ ସୋଭିଏତ ସୋଉଜ ସ୍ପେସ୍‌କ୍ରାଫ୍ଟରେ ରାକେଶ ଶର୍ମା ମହାକାଶକୁ ଯାଇଥିଲେ । ତାଙ୍କ ପରେ ପ୍ରଥମ ଭାରତୀୟ ଭାବେ ଇଣ୍ଟନ୍ୟାସନାଲ ସ୍ପେସ୍‌ ଷ୍ଟେସନକୁ ଉଡ଼ାଣ ଭରିବେ ଲକ୍ଷ୍ନୌର କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା । ସ୍ପେସ୍‌ ଏସ୍କର ଟୁ-ଡ୍ରାଗନ୍ ଫାଲକନ ୯ ଟକେଟ୍‌ରେ ୪ ଜଣିଆ ଟିମ୍ ଆଇଏସ୍ଏସ୍‌ ଯିବେ । ତାଙ୍କ ସହିତ ପୂର୍ବତନ ନାସା ମହକାଶଚାରୀ ପେଗୀ ୱିଟସନ୍, ପୋଲାଣ୍ଡ ଓ ହେଙ୍ଗେରୀର ଜଣେ ଲେଖାଏଁ ମହାକାଶଚାରୀ ଆଇଏସ୍ଏସ୍‌କୁ ଯିବେ । ସେଠାରେ ୧୪ଦିନ ରହିବ । ଭାରତର ହେବାକୁ ଥିବା ଗଗନଯାନ ମିଶନରେ ସାମିଲ ଥିବା ୪ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶୁଭାଂଶୁ ଶୁକ୍ଳା । ଅକ୍ସିଅମ୍‌-୪ ମିଶନରେ ସେ ହାସଲ କରିବାକୁ ଥିବା ପ୍ରଶିକ୍ଷଣ ଓ ଅଭିଜ୍ଞତା ଗଗନଯାନ ମିଶନ୍ ପାଇଁ ସହାୟକ ହେବ ବୋଲି ଅନୁମାନ କରାଯାଉଛି । ଆଇଏସ୍‌ଏସ୍‌ ଯାତ୍ରା ନେଇ ଶୁଭାଂଶୁଙ୍କ ୮ମାସର ଟ୍ରେନିଂ ଶେଷ ହୋଇଛି ।କହି ରଖୁଛୁ କି, ଦୀର୍ଘ ୯ ମାସରୁ ଅଧିକ ଦିନ ମହାକାଶରେ ରହିବା ପରେ ଫେରିଥିଲେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ । ମାର୍ଚ୍ଚ ୧୯ ତାରିଖରେ ଆମେରିକାର ଫ୍ଲୋରିଡା ତଟରେ ଅବତରଣ କରିଥିଲା ଡ୍ରାଗନ ମିଶନ କ୍ରୁ-୯ ଯାନ । ସୁରକ୍ଷିତ ମହାକାଶରୁ ଓହ୍ଲାଇଥିଲେ ସୁନୀତି ୱିଲିୟମ୍ସ ଓ ତାଙ୍କ ସାଥୀ ବୁଚ୍ ୱିଲିମୋର ।

Post Views6 Total Count

Apply Now


This will close in 0 seconds

error: Content is protected !!