ଜାତି ଭିତ୍ତିକ ହେବ ଜନଗଣନା

ଆସନ୍ତା ଜନଗଣନା ଜାତି ଭିତ୍ତିକ ହେବ ବୋଲି ଘୋଷଣା କଲେ ସରକାର । ଅନ୍ୟପଟେ, ବିରୋଧୀଙ୍କ କହିବା କଥା, ଜାତି ଜନଗଣନା ହେଲେ ସମାଜରେ କେଉଁ ଜାତିର କେତେ ଲୋକ ଅଛନ୍ତି ଏ ବିଷୟରେ ବିସ୍ତୃତ ହିସାବ ମିଳିପାରିବ ।

ଫଳରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ସଠିକ ଭାବେ ହୋଇପାରିବ । ପୂର୍ବରୁ ଏ ନେଇ ବିରୋଧୀ ଦାବି କରିଆସୁଥିଲେ । ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ତେଣୁ ସେମାନଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି ବିରୋଧୀ କହିଥିଲେ ।

ତେଣୁ ତାଙ୍କ ସରକାର ଆସିଲେ ଜାତି ଜନଗଣନା ନିଶ୍ଚୟ କରାଇବେ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏବଂ ପଛୁଆ ବର୍ଗଙ୍କୁ ୫୦ରୁ ଅଧିକ ପ୍ରତିଶତ ସଂରକ୍ଷଣ ସୁବିଧା ଦେବା ଉପରେ ଗୁରୁତ୍ବ ଦେବେ ବୋଲି ମଧ୍ୟ କହିଥିଲେ ।

Post Views79 Total Count

Apply Now


This will close in 0 seconds

error: Content is protected !!