କାଲି ରାଜକୋଟରେ ହେବ ବିଜୟ ରୂପାଣୀଙ୍କ ଅନ୍ତିମ ସଂସ୍କାର

ଜୁନ୍ ୧୨ ତାରିଖରେ ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରହିଥିଲେ । ଆଉ ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ମୃତଦେହ ସହ ତାଙ୍କ ଡିଏନଏ ମେଳ ହୋଇଛି । ତାଙ୍କ ମୃତଦେହକୁ ଖୁବଶୀଘ୍ର ପରିବାରକୁ ହସ୍ତାନ୍ତର କରାଯିବ ।

ସୋମବାର ତାଙ୍କ ମୃତଦେହକୁ ରାଜ୍ୟ ପ୍ରୋଟୋକଲ୍ ସହିତ ରାଜକୋଟ ନିଆଯିବ ଏବଂ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷକୃତ୍ୟ କରାଯିବ ।ଅହମଦାବାଦ ସିଭିଲ୍ ହସ୍ପିଟାଲର ପୋଷ୍ଟମର୍ଟମ୍ ରୁମରେ ପହଞ୍ଚିଥିବା ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ଏବଂ କ୍ୟାବିନେଟ୍ ମନ୍ତ୍ରୀ ଜଗଦୀଶ ବିଶ୍ୱକର୍ମା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଡିଏନଏ ମ୍ୟାଚ୍ ବିଷୟରେ ସୂଚନା ଦେଇଥିଲେ ।

ବିଜୟ ରୂପାଣୀ ଏୟାର ଇଣ୍ଡିଆର ବୋଇଂ ୭୮୭ ବିମାନରେ ତାଙ୍କ ଝିଅକୁ ଭେଟିବା ପାଇଁ ଅହମଦାବାଦରୁ ଲଣ୍ଡନ ଯାଉଥିଲେ । କିନ୍ତୁ, ସେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ । ବିମାନରେ ତାଙ୍କ ସିଟ୍ ନମ୍ବର ଥିଲା ୨ଡି।

Post Views7 Total Count

Apply Now


This will close in 0 seconds

error: Content is protected !!