୯୧ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଉର୍ଦ୍ଦୁ କବି ବଶିର ବଦ୍ର

ଉର୍ଦ୍ଦୁର ପ୍ରସିଦ୍ଧ କବି ବଶିର ବଦ୍ର ଆଉ ନାହାନ୍ତି। ଗୁରୁବାର ( ୨୮ ମେ)ରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନରୁ ସେ ରୋଗରେ ପୀଡ଼ିତ ଥିଲେ। ବଶିର ବଦ୍ର ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ପତ୍ନୀ ରାହତ ବଦ୍ର କବିଙ୍କ ଦେହାନ୍ତର ସୂଚନା ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି , ବଶିର ସାହେବ ଲେଫ୍ଟ ଅସ୍ ..ପ୍ରେୟର୍ସ। ବଶିର ବଦ୍ରଙ୍କ ମୃତ୍ୟୁରେ ପୂରା ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି। ବଶିର ବଦ୍ରଙ୍କୁ ଆଧୁନିକ ଗଜଲର ଉସ୍ତାଦ ଭାବେ ମନେକରାଯାଏ।
ବଶିର ବଦ୍ରଙ୍କୁ ସାହିତ୍ୟ କ୍ଷେତ୍ରରେ ଅପୂର୍ବ ଯୋଗଦାନ ପାଇଁ ପଦ୍ମଶ୍ରୀ ପୁରୁସ୍କାର ମଧ୍ୟ ମିଳି ସାରିଛି। ୧୫ ଫେବ୍ରୁଆରୀ ୧୯୩୫ରେ ଅଯୋଧ୍ୟାରେ ଜନ୍ମିତ ଶାୟଦ ବଶିର ବଦ୍ର ଅଲିଗଡ଼ ମୁସଲିମ ୟୁନିଭର୍ସିଟିରୁ ଉଚ୍ଚ ଶିକ୍ଷା ଓ ପିଏଚଡି କରିଥିଲେ। ବଶିର ବଦ୍ର ଏଠାରେ ଉର୍ଦ୍ଦୁର ପ୍ରଫେସର ଭାବେ ସେବା ମଧ୍ୟ ଦେଇଥିଲେ। ବଶିର ବଦ୍ର ସହଜ ଭାଷାରେ ଗଜଲ ଲେଖିବାରେ ସିଦ୍ଧହସ୍ତ ଥିଲେ। ସେ ଗଜଲ ପ୍ରକ୍ରିୟାରେ ଅନେକ ନୂଆ ଶବ୍ଦକୁ ଯୋଡ଼ି ଥିଲେ। କହି ରଖୁଛୁ କି , ରୋଗାଗ୍ରସ୍ତ କାରଣରୁ ବଶିର ବଦ୍ର ଅନେକ ବର୍ଷ ଯାଏ ଗଜଲରୁ ଦୂରେଇ ରହି ଥିଲେ।

୧୯୭୩ ରେ ବଶିର ବଦ୍ର ଏଏମୟୁରୁ ପିଏଚଡି କରିଥିଲେ ଏବଂ ୧୨ ଅଗଷ୍ଟ ୧୯୭୪ରେ ସେ ମିରଟ କଲେଟର ଉର୍ଦ୍ଦୁ ବିଭାଗରେ ଜଣେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ସେ ଗଜଲର ଦୁନିଆରେ ପ୍ରମୁଖ ସଫଳତା ହାସଲ କରିଥିଲେ। ଏହି କାରଣରୁ ଯେପର୍ଯ୍ୟନ୍ତ ସେ ଚାକିରି କରିଥିଲେ , ସେପର୍ଯ୍ୟନ୍ତ ତାଙ୍କୁ ପିଏଚଡିର ଉପାଧିର ଆବଶ୍ୟକତା ନଥିଲା। ତାଙ୍କର ନାଁ ହିଁ ପିଏଚଡି ଠାରୁ ବଡ଼ ହୋଇ ଯାଇଥିଲା।

ବଶିର ବଦ୍ରଙ୍କୁ ଜୋଶ୍-ଏ-ଉର୍ଦ୍ଦୁ-୨୦୧୮ ପୁରସ୍କାରରେ ସମ୍ମାନିତ କରାଯାଇ ଥିଲା। ଦୁବାଇର ସାହିତ୍ୟିକ ସଂସ୍ଖା ବଜମ-ଏ-ଉର୍ଦ୍ଦୁର ପଦାଧିକାରୀମାନେ ଭୋପାଳ ସ୍ଥିତ ତାଙ୍କର ଘରେ ପହଞ୍ଚି ଏହି ପୁରସ୍କାର ଦେଇଥିଲେ। ୬ଜୁଲାଇ ଶୁକ୍ରବାରରେ ଡକ୍ଟର ବଶିର ବଦ୍ରଙ୍କ ବାସଭବନରେ ଯେବେ ପୁରସ୍କାର ପହଞ୍ଚିଲା , ତ ପୂରା ଘରେ ଖୁସିର ଲହରି ଖେଳି ଯାଇଥିଲା। ଦୁବାଇର ଜଣାଶୁଣା ସାହିତ୍ୟିକ ସଂସ୍ଥା ବଜମ-ଏ-ଉର୍ଦ୍ଦୁ ଡକ୍ଟର ବଶିର ବଦ୍ରଙ୍କୁ ‘ଜୋସ୍-ଏ-ଉର୍ଦ୍ଦୁ-୨୦୧୮’ ଅନୁସାରେ କାନ୍ଧରେ ଉତ୍ତରୀୟ ପକାଇବା ସହ ହ୍ୟାଣ୍ଡମେଡ୍ ଶିଲ୍ଡ ଦେଇଥିଲା।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!