ଏଣିକି ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ଆମ୍ବୁଲାନ୍ସ ସେବା

ଏଣିକି ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ଆମ୍ବୁଲାନ୍ସ ସେବା। ଓଡ଼ିଶା ଯାତ୍ରୀ ଆପ୍‌ରେ ଯୋଡ଼ିହେବ ଆମ୍ବୁଲାନ୍ସ ସେବା । ଅନଲାଇନ୍‌ରେ ବୁକ୍ ହେବ ଆମ୍ବୁଲାନ୍ସ । ଘରୋଇ ଆମ୍ବୁଲାନ୍ସଗୁଡ଼ିକ ଓଡ଼ିଶା ଯାତ୍ରୀ ସହ ଯୋଡ଼ି ହେବେ ଏବଂ ଅନ୍‌ଲାଇନ୍‌ରେ ଆମ୍ବୁଲାନ୍ସ ବୁକ୍ କରିପାରିବେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ । ଏହାର ସଂରକ୍ଷଣ ଦାୟିତ୍ୱ ପରିବହନ ବିଭାଗ ନେଇଛି ଏବଂ କ୍ରୁଟ ସହାୟତାରେ ଏହାକୁ ପରିଚାଳନା କରାଯିବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।

ଅଟୋ, ଟ୍ୟାକ୍ସି ପରେ ଘରୋଇ ଆମ୍ବୁଲାନ୍ସକୁ ଓଡ଼ିଶା ଯାତ୍ରୀ ଆପ୍‌ ସହ ଯୋଡ଼ାଯିବ। ଆମ୍ବୁଲାନ୍ସ ସେବା ଦର ସରକାର ନିର୍ଦ୍ଧାରଣ କରିବେ । ଏହାଦ୍ୱାରା ସରକାରୀ ଆମ୍ବୁଲାନ୍ସ ସହ ଘରୋଇ ଆମ୍ବୁଲାନ୍ସ ସେବା ବି ପାଇବେ ସାଧାରଣ ଲୋକେ । ଏନେଇ ପରିବହନ ବିଭାଗ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।ସେ କହିଛନ୍ତି, ଅଟୋ, ଟ୍ୟାକ୍ସି ପରେ ଘରୋଇ ଆମ୍ବୁଲାନ୍ସକୁ ଓଡ଼ିଶା ଯାତ୍ରୀ ଆପ୍‌ ସହ ଯୋଡ଼ାଯିବ। ଆମ୍ବୁଲାନ୍ସ ସେବା ଦର ସରକାର ନିର୍ଦ୍ଧାରଣ କରିବେ । ଏହାଦ୍ୱାରା ସରକାରୀ ଆମ୍ବୁଲାନ୍ସ ସହ ଘରୋଇ ଆମ୍ବୁଲାନ୍ସ ସେବା ବି ପାଇବେ ସାଧାରଣ ଲୋକେ । ଏନେଇ ପରିବହନ ବିଭାଗ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।

Post Views7 Total Count

Apply Now


This will close in 0 seconds

error: Content is protected !!