ମୋଦକ ଚୋରି ଅଭିଯୋଗକୁ ଆଇନମନ୍ତ୍ରୀଙ୍କ ଖଣ୍ଡନ

ଶ୍ରୀମନ୍ଦିର ଗାରଦରୁ ମୋଦକ ଚୋରି ଅଭିଯୋଗକୁ ଖଣ୍ଡନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଅଭିଯୋଗରେ କୌଣସି ସତ୍ୟାସତ୍ୟ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି । ରାଜବୈଦ ପ୍ରଦାନ କରିଥିବା ଦଶମୂଳ ମୋଦକ ଦାରୁଦିଅଁଙ୍କ ନିକଟରେ ଲାଗି ପୂର୍ବରୁ ଗାରଦରେ ଥିବା ବେଳେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । 70 ଦଶମୂଳ ମୋଦକ କିପିରି ଚୋରି ହେଲା ଓ ଏହାକୁ କିଏ ନେଲା ସେନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି କରିଥିଲେ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। ମୋଦକ କିପରି ମହାପ୍ରଭୁଙ୍କ ନିକଟରେ ଲାଗି ହେଲା ପ୍ରଶ୍ନ କରିଥିଲେ। ରାଜବୈଦ୍ୟ ଦେଇଥିବା ସମୁଦାୟ 313ଟି ଅମୁଣିଆ ମୋଦକରୁ 70ଟି କମ୍ ଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, “ଅଭିଯୋଗ ପରେ ଆମେ ତଦନ୍ତ କରିଛୁ । ପ୍ରାରମ୍ଭିକ ସୂଚନା ଆଧାରରେ ମୋଦକ ଚୋରି ସତ୍ୟ ନୁହଁ । ଯେତେବେଳେ କୌଣସି ବୈଦ୍ୟ ସେବକ ଗାରଦରେ ନେଇ ଦିଅନ୍ତି ସେହି ମୋଦକକୁ କେହିବି ଛୁଅନ୍ତି ନାହିଁ କି ଗଣନ୍ତି ନାହିଁ । ପରେ ଦଇତାପତି ନିଯୋଗର ସମ୍ପାଦକ ମଧ୍ୟ ମୋଦକ ନେଇଛନ୍ତି । ପ୍ରାଥମିକ ତଦନ୍ତରୁ ବାଡଗ୍ରାହୀଙ୍କ ଅଭିଯୋଗ ସତ୍ୟ ଆଧାରିତ ନୁହଁ । “ଏନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, “କିଛି ଲୋକ ନିଜ ପତିଆରା ଦେଖେଇବା ପାଇଁ ମିଛ ପ୍ରଚାର କରିଛନ୍ତି । ଏଭଳି ବିଭ୍ରାନ୍ତ ଗ୍ରହଣୀୟ ନୁହେଁ । ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ନିଆଯିବ। ଖବର ଶୁଣିବା ପରେ ମୁଁ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ କଥା ହେଇଥିଲି।

ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର କହିଛନ୍ତି,” ଅଣବସରରେ ଏକଦାଶ ଦିନରେ ମହାପ୍ରଭୁଙ୍କୁ ମୋଦକ ଭୋଗଲାଗି ହୁଏ । କବିରାଜ ଭକ୍ତ ମାନେ ଏହାକୁ ତିଆରି କରି ମନ୍ଦିରରେ ପହଞ୍ଚାଇଥାନ୍ତି । ଏନେଇ କମାଣ୍ଡୋକୁ ପଚାରିବାରୁ 313 ମୋଦକ ଆସିଥିବା ସେ କହିଥିଲେ । ମୋଦକ ଲାଗି ପାଇଁ ନେବା ପୂର୍ବରୁ 70ଟି କମ ଥିଲା । ଏହି 70 ମୋଦକ କୁଆଡେ ଗଲା ତାହା ଜଣାନାହିଁ । ସିସିଟିଭି ଫୁଟେଜରୁ ଜଣାପଡିବ । ଅଭିଯୋଗରେ ମୋଦକ ଗଲା କୁଆଡେ ଓ ମାରା ମୋଦକ କିପରି ଲାଗି ହେଲା ତାହା ଦର୍ଶାଇଛି । ”

ଶ୍ରୀମନ୍ଦିର ପୂଜାପଣ୍ଡା ସେବକ ରବି ଶଙ୍କର ପୂଜା ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି, “ଏହି ଅଭିଯୋଗ ସମ୍ପୂର୍ଣ ସତ୍ୟ। ନହେଲେବଳଭଦ୍ରଙ୍କ ବାଡଗ୍ରାହୀ କାହିଁକି ଶ୍ର ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଅଭିଯୋଗ କଲେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ନେଉ। ଏହା ଏକ ନିନ୍ଦନୀୟ ଘଟଣା।

Post Views15 Total Count

Apply Now


This will close in 0 seconds

error: Content is protected !!