ଏଣିକି ରାସନରେ ଚାଉଳ ସହ ମିଳିବ ଗହମ

ଏଣିକି ରାସନରେ ଚାଉଳ ସହ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟରେ ଗହମ ମିଳିବ। ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ପକ୍ଷରୁ ଚିଠି ଆସିଛି। ଅକ୍ଟୋବର ମାସରୁ ଏହି ନୂଆ ନିୟମ ଲାଗୁ ହେବ।

ଅନ୍ୟପଟେ ଓଡ଼ିଶା ସରକାର ରାସନକାର୍ଡ ହିତାଧିକାରୀଙ୍କୁ ରାସନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣିଥରେ ଚଉଳ ସହ ମିଳିବ ବୋଲି ନିକଟରେ ସୂଚନା ଦେଇଥିଲେ। ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ସରକାର କହିଥିଲେ। ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ। ହେଲେ ପୁଣିଥରେ ପୂର୍ବଭଳି ହିତାଧିକାରୀଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!