ଅନ୍ତରୀକ୍ଷ ଯାତ୍ରା ପୂର୍ବରୁ ପତ୍ନୀଙ୍କ ପାଇଁ କିଛି ଏମିତି ଲେଖିଲେ ଶୁଭାଂଶୁ

ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ଶୁଭାଂଶୁ ଶୁକ୍ଲା ଏବଂ ତାଙ୍କର ୩ ଜଣ ସାଥୀ ବୁଧବାର ଦ୍ବିପ୍ରହର ୧୨ ଟା ୧ ମିନିଟରେ ଫ୍ଲୋରିଡାରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଲଞ୍ଚ୍ ହୋଇଥିବା କମ୍ପଲେକ୍ସ ୩୯ଏ ରୁ Axiom-4 ମିସନ ମାଧ୍ୟମରେ ଅନ୍ତରାଷ୍ଟ୍ରୀୟ (ISS) ରୁ ମହାକାଶ ଯାତ୍ରା କରିଛନ୍ତି । ଏହି ମିସନ ଭାରତ ଅନ୍ତରୀକ୍ଷ ଇତିହାସରେ ଏକ ମାଇଲ୍ ଷ୍ଟୋନ୍ ଛିଡ଼ା କରାଇବ ଏଥିରେ କୌଣସି ସନ୍ଦେହ ନାହିଁ ।

ISS କୁ ଯାଇଥିବା ପ୍ରଥମ ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ରୂପେ ଇତିହାସ ରଚିବା ପୂର୍ବରୁ ଶୁଭାଂଶୁ ନିଜ ପତ୍ନୀ କାମନାଙ୍କ ଉଦ୍ଦେଶ୍ୟରେ ଏକ ନୋଟ୍ ଲେଖିଛନ୍ତି ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଲଞ୍ଚ୍ ପୂର୍ବରୁ ଶୁଭାଂଶୁ ଶୁକ୍ଲା ଇନଷ୍ଟାଗ୍ରାମରେ ଲେଖିଲେ ’୨୫ ଜୁନ ସକାଳୁ ଆମେ ପୃଥିବୀ ଛାଡ଼ିବାକୁ ଯୋଜନା କରୁଛୁ ।

ଏହି ମିସନ ପାଇଁ ମୋତେ ସପୋର୍ଟ କରିଥିବା ପ୍ରତିଟି ବ୍ୟକ୍ତିବିଶେଷଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୋ ପରିବାର ଏବଂ ସଂପର୍କୀୟଙ୍କ ପ୍ରେମ ଏବଂ ଆଶିଷ ପାଇଁ ଧନ୍ୟବାଦ । ଜୀବନସାଥୀ ରୂପେ କାମନାଙ୍କୁ ପାଇ ମୁଁ ବହୁତ ଖୁସି । କାମନାଙ୍କ ବିନା ଏସବୁ ସମ୍ଭବ ହୋଇପାରିନଥା’ନ୍ତା ।’ ଏଭଳି ଲେଖି ନିଜ ପତ୍ନୀଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ ଶୁଭାଂଶୁ ।

Post Views3 Total Count

Apply Now


This will close in 0 seconds

error: Content is protected !!