ଗୋଲ୍‌ଡେନ୍‌ ସ୍ପାଇକ୍‌ ମୁକୁଟ ବିଜେତା ହେଲେ ନୀରଜ

ଭାରତୀୟ ଜାଭଲିନ୍‌ ‌ଥ୍ରୋ ସୁପରଷ୍ଟାର୍‌ ନୀରଜ ଚୋପ୍ରା ମଙ୍ଗଳବାର ଗୋଲ୍‌ଡେନ୍‌ ସ୍ପାଇକ୍‌ ମିଟ୍‌ ପଦାର୍ପଣରେ ବିଜେତା ହୋଇଛନ୍ତି। ଚେକ୍‌ଗଣରାଜ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ଜିତି ସେ ଲଗାତାର ଦୁଇଟି ଶୀର୍ଷସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ହେବାର ଗୌରବ ଅର୍ଜନ କରିଛନ୍ତି। ଚଳିତ ମାସ ୨୦ରେ ସେ ପ୍ୟାରିସ୍‌ ଡାଇମଣ୍ଡ ଲିଗ୍‌ରେ ବିଜେତା ହୋଇଥିଲେ।

୯ ଜଣିଆ ଏହି ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍‌ ଗୋଲ୍‌ଡ ଇଭେଣ୍ଟ୍‌ରେ ନୀରଜ ୮୫.୨୯ ମିଟର ଜାଭଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଦକ୍ଷିଣ ଆଫ୍ରିକାର ଡୌଉ ସ୍ମିତ (୮୪.୧୨ ମିଟର) ଓ ଗ୍ରେନାଡ଼ାର ଆଣ୍ଡରସନ୍‌ ପିଟର୍ସ (୮୩.୬୩ ମିଟର) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Post Views5 Total Count

Apply Now


This will close in 0 seconds

error: Content is protected !!