ମା’ ହେବ ଜିନ୍ନତ

ସଫଳ ହେବାକୁ ଯାଉଛି ବନ ବିଭାଗର ପ୍ରୟାସ । ମା’ ହେବ ଜିନ୍ନତ । ସେପ୍ଟେମ୍ବରରେ ପ୍ରସବ କରିବ ଶିମିଳିପାଳରେ ଥିବା ବାଘୁଣୀ । କଳା ମହାବଳ ଟି-୧୨ ସହ ସମ୍ପର୍କରେ ଆସି ବାଘୁଣୀ ଜିନ୍ନତ ମା’ ହେବାକୁ ଯାଉଛି ।

ଏନେଇ ସୂଚନା ଦେଇଛି ବନ ବିଭାଗ । ଗତମାସ କଳା ମହାବଳ ସହ ଜିନ୍ନତର ସମ୍ପର୍କକୁ ଟ୍ରାକ୍ କରାଯାଇଥିଲା । ୨୦୨୪ ମସିହା ନଭେମ୍ବରରେ ମହାରାଷ୍ଟ୍ରର ତାଡ଼ୋବାରୁ ଓଡ଼ିଶାର ଶିମିଳିପାଳ ଆସିଥିଲା ବାଘୁଣୀ ଜିନ୍ନତ ।

ମେ’ ମାସରେ ବଡ଼ ଏନକ୍ଲୋଜରରୁ ମୁକ୍ତ ହୋଇ କୋର ଏରିଆକୁ ଛଡ଼ାଯିବା ପରେ କେବଳ ନିଜ ବାସସ୍ଥାନ ବାଛିନି ଜିନ୍ନତ ବରଂ ମା’ ମଧ୍ୟ ହୋଇଛି । କୋର ଅଞ୍ଚଳକୁ ଛଡ଼ାଯିବା ପରେ ଶିମିଳିପାଳ ଅଭୟାରଣ୍ୟର ଜମୁନାଗଡ଼ରୁ ଗୁଡ଼ଗୁଡ଼ିଆ ପର୍ଯ୍ୟନ୍ତ ଜଙ୍ଗଲକୁ ନିଜ ବାସସ୍ଥଳୀ ରୂପେ ବାଛିଥିଲା ଜିନ୍ନତ ।

Post Views19 Total Count

Apply Now


This will close in 0 seconds

error: Content is protected !!