କେଟ ଛୁରୀ, ହେୟାର କ୍ଲିପ ଓ ଧୋତିରେ ଡେଲିଭରି କଲେ ଡାକ୍ତର 

କେଟ ଛୁରୀ, ହେୟାର କ୍ଲିପ ଓ ଧୋତି । ଏତିକି ଜିନିଷର ସାହାଯ୍ୟରେ ଡେଲିଭରି କଲେ ଡାକ୍ତର । ଉତ୍ତରପ୍ରଦେଶ ଝାନସୀ ଜିଲ୍ଲାରେ ରେଳ ଷ୍ଟେସନରେ ଜଣେ ଗର୍ଭବତୀଙ୍କ ଡେଲିଭରି କରି ଚର୍ଚ୍ଚାରେ ଆର୍ମୀ ଡାକ୍ତର । ଝାନସୀର ଆର୍ମୀ ହସପିଟାଲର ଡାକ୍ତର ମେଜର ରୋହିତ ବଚ‍ୱାଲାଙ୍କ ପ୍ରଶଂସା ଏବେ ସବୁଆଡେ । ତାଙ୍କରି ସାହାଯ୍ୟ ଯୋଗୁଁ ଏହି ଡେଲିଭରି ସମ୍ଭବ ହୋଇଛି । ସେ ବହୁତ କମ ଜିନିଷରେ ମହିଳାଙ୍କ ଡେଲିଭରି କରାଇଥିଲେ । ଡେଲିଭରି ସମୟରେ ମହିଳାଙ୍କ ସୁରକ୍ଷା ଓ ପ୍ରାଇଭେସି ପାଇଁ ପୁରା ବନ୍ଦୋବସ୍ତ କରାଯାଇଥିଲା । ଏଥିରେ ସାହାଯ୍ୟ କରିଥିଲେ ରେଳ ବିଭାଗର ମହିଳା କର୍ମଚାରୀ ଓ ଷ୍ଟାଫ୍ । ଏବେ ମାଆ ଓ ନବଜାତ ଶିଶୁ ସୁସ୍ଥ ଅଛନ୍ତି ।

ବର୍ଷିୟ ମେଜର ରୋହିତ ବଚ‍ୱାଲା ଝାନସୀ ଆର୍ମୀ ହସପିଟାଲରେ ଚାକିରି କରିଛନ୍ତି । ୫ ଜୁଲାଇରେ ସେ ନିଜ ପରିବାର ଲୋକଙ୍କୁ ଭେଟିବା ପାଇଁ ହାଇଦ୍ରାବାଦ ଯାଉଥିଲେ । ସେଥିପାଇଁ ସେ ଲକ୍ଷ୍ମୀବାଈ ଝାନସୀ ରେଳ ଷ୍ଟେସନରେ ନିଜ ଟ୍ରେନକୁ ଅପେକ୍ଷା କରିଥିଲେ ।

Post Views30 Total Count

Apply Now


This will close in 0 seconds

error: Content is protected !!