ପୀଡ଼ିତଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଆତ୍ମହତ୍ୟା ଉଦ୍ୟମ କରିଥିବା ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ଏମ୍‌ସ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ ସହ ଆଲୋଚନା କରିଛନ୍ତି ।

ଚିକିତ୍ସା ବ୍ୟବସ୍ଥାର ମନିଟରିଂ ପାଇଁ ଗଠନ ହୋଇଥିବା ୮ ଜଣିଆ ବିଶେଷଜ୍ଞ ଟିମ୍‌ ସହ ବି କଥାବାର୍ତ୍ତା ହୋଇଛନ୍ତି । ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମଧ୍ୟ ଏମ୍‌ସ ଯାଇଛନ୍ତି ।

ଏହାପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଏମ୍‌ସ ଯାଇ ପୀଡ଼ିତାଙ୍କ ବାପାଙ୍କ ସହ ଆଲୋଚନା କରିଥିଲେ ।

Post Views33 Total Count

Apply Now


This will close in 0 seconds

error: Content is protected !!