ରକ୍ଷାବନ୍ଧନରେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି

ଆସନ୍ତା ରକ୍ଷାବନ୍ଧନରେ ଅର୍ଥାତ୍‌ ଅଗଷ୍ଟ ୯ରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ସହାୟତା ରାଶି । ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ସୁଭଦ୍ରା ଦ୍ବିତୀୟ ପର୍ଯ୍ୟାୟରେ ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ ସୁଯୋଗ ମିଳିବ।

ସୂଚନାଯୋଗ୍ୟ, ସୁଭଦ୍ରା ପ୍ରଥମ ପର୍ଯ୍ୟାୟରେ ସହାୟତା ରାଶି ପାଇଥିବା ୧ ଲକ୍ଷ ୮୮ ହଜାର ମହିଳା ବିଭିନ୍ନ କାରଣରୁ ଦ୍ବିତୀୟ ପର୍ଯ୍ୟାୟରେ ସୁଭଦ୍ରା କିସ୍ତି ପାଇ ନଥିଲେ। ଆଗାମୀ ଦୁଇ ତିନି ଦିନ ପରେ ସେମାନଙ୍କ ତାଲିକାକୁ ସମୀକ୍ଷା କରାଯିବ। ଯେଉଁମାନେ ଯୋଗ୍ୟ ସେମାନଙ୍କୁ ସୁଭଦ୍ରା ସହାୟତା ରାଶି ପାଇବାକୁ ସୁଯୋଗ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

Post Views55 Total Count

Apply Now


This will close in 0 seconds

error: Content is protected !!