ଏକ ସାଧାରଣ ବସରେ ଯାତ୍ରା କରୁଥିବା ଯୁବତୀ ଜଣକ ହଠାତ୍ ଅଚେତ୍ ହୋଇ ତଳେ ପଡ଼ିଗଲେ । ଏଥି ସହ କିଛି ସମୟ ପରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା ।
କିନ୍ତୁ ଏହା ପରେ ଯାହା ଘଟିଥିଲା ତାହା ଆହୁରି ରହସ୍ୟମୟ ଥିଲା । ମୃତ୍ୟୁ ପରେ ଯେତେବେଳେ ଯୁବତୀଙ୍କ ଶରୀର ଯାଞ୍ଚ କରାଯାଇଥିଲା, ସେତେବେଳେ ତାଙ୍କ ଶରୀରରେ ପ୍ରାୟ ଦୁଇ ଡଜନ୍ ଆଇଫୋନ୍ ଲାଗିଥିବା ଦେଖିବାକୁ ମିଳିଥିଲା । ଯୁବତୀ ଜଣକ ମୋବାଇଲ୍ ଫୋଗୁଡିକୁ ତାଙ୍କ ଶରୀରରେ ଲାଗାଇଥିଲେ, ଯାହାକୁ ଦେଖି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏକ ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଘଟଣାଟି ଜୁଲାଇ ୨୯ ତାରିଖରେ ଘଟିଥିଲା । ବ୍ରାଜିଲର ଗୁଆରାପୁଆଭା ସହରସ୍ଥିତ ଏକ ରେଷ୍ଟୁରାଣ୍ଟ ନିକଟରେ ବସ୍ ଅଟକିଯିବାରୁ ଝିଅଟିର ମୃତ୍ୟୁ ହୋଇଥିଲା । ବସ୍ ଭିତରେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ୍ ଖରୋପ୍ ହୋଇଯାଇଥିଲା, ଯାହା ପରେ ଜରୁରୀକାଳୀନ ସାହାଯ୍ୟ ନିଆଯାଇଥିଲା ।
କିନ୍ତୁ ଝିଅଟି ନିଶ୍ବାସ୍ ନେବାରେ କଷ୍ଟ ଅନୁଭବ କରିବା ଆରମ୍ଭ କରିଥିଲା, ଯାହା ପରେ ତାକୁ କେହି ବଞ୍ଚାଇପାରିଲେ ନାହିଁ । ଏଥି ସହ ଝିଅଟି ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଛି ।

