ଉତ୍ତରକାଶୀରେ ବାଦଲ ଫାଟିବାରୁ ଧୋଇଗଲା ଗାଁ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲ ଫାଟିବା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି। ମଙ୍ଗଳବାର ଦିନ ଗଙ୍ଗୋତ୍ରୀ ଧାମ ଏବଂ ମୁଖୱା ନିକଟରେ ଅବସ୍ଥିତ ଧରାଲି ଗାଁରେ ବାଦଲ ଫାଟିବା ଯୋଗୁଁ ପାଖରେ ଥିବା ନଦୀର ଜଳସ୍ତର ବଢ଼ିଥିଲା। ଏହା ଫଳରେ ହଠାତ୍ ନଦୀର ପାଣି କୂଳରେ ଥିବା ସବୁ ଘରକୁ ଭସାଇ ନେଇଥିଲା। ପାହାଡ଼ରୁ ତଳିଆ ଅଞ୍ଚଳ ଆଡକୁ ଦ୍ରୁତ ବେଗରେ ପାଣି ପ୍ରବାହିତ ହେବାରୁ ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଉତ୍ତରକାଶୀ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଶାନ୍ତ ଆର୍ଯ୍ୟ କହିଛନ୍ତି ଯେ, ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪ଜଣଙ୍କର ମୃତ୍ୟୁ ହୋଇଛି ଏବଂ ସମ୍ପତ୍ତିର ବହୁତ କ୍ଷତି ହୋଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଘରର ଭଗ୍ନାଂଶ ସହ ପାଣି ମାଡ଼ିଆସିବାରୁ ଅନେକ ଲୋକ ମାଟି ତଳେ ଚାପି ହୋଇଯାଇଥିବା‌ ସନ୍ଦେହ କରାଯାଉଛି। ଏବେ ବି ବର୍ଷା ଲାଗି ରହିଥିବାରୁ ପୁଣି ଥରେ ବାଦଲ ଫାଟି ବନ୍ୟା ଆସିବାର ଆଶଙ୍କା ରହିଛି।ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଟ୍ୱିଟରରେ ଏକ ପୋଷ୍ଟ କରି କହିଛନ୍ତି, ‘ଧରାଲି (ଉତ୍ତରକାଶୀ) ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ହୋଇଥିବା ପ୍ରବଳ କ୍ଷୟକ୍ଷତିର ଖବର ଅତ୍ୟନ୍ତ ଦୁଃଖଦ ଏବଂ ଯନ୍ତ୍ରଣାଦାୟକ। ଏସଡିଆରଏଫ୍, ଏନଡିଆରଏଫ୍, ଜିଲ୍ଲା ପ୍ରଶାସନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଦଳ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ ଅଛନ୍ତି।’

ତେବେ ଏହି ଘଟଣାକୁ ନେଇ ଗୃତମନ୍ତ୍ରୀ ଅମିତ୍ ଶାହା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇଥିଲେ। ଏହି ସମୟରେ କେନ୍ଦ୍ର ସରକାର ରାଜ୍ୟକୁ ସମସ୍ତ ପ୍ରକାରର ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Post Views37 Total Count

Apply Now


This will close in 0 seconds

error: Content is protected !!