ଅଫେରା ରାଇଜରେ ରଘୁ ଦହିବରା ଦୋକାନୀ

ପ୍ରସିଦ୍ଧ ବ୍ୟବସାୟୀ ରଘୁନାଥ ସାସମଲ, ଯିଏ “ରଘୁ ମଉସା” ନାମରେ ବେଶ୍ ପରିଚିତ ଥିଲେ, ତାଙ୍କର ୯୧ ବର୍ଷ ବୟସରେ ପରଲୋକ ହୋଇଛି ।

କଟକର ବିଡାନାସୀ ସ୍ଥିତ ଗୋପାଳସାହି ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ବିୟୋଗରେ କଟକ ତଥା ସାରା ଓଡ଼ିଶାର ଖାଦ୍ୟପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

ତାଙ୍କର ସବୁଠାରୁ ବଡ଼ ବିଶେଷତା ଥିଲା କଞ୍ଚା ଶାଳପତ୍ର ଠୁଙ୍ଗାରେ ଦହିବରା ଆଳୁଦମ୍ ପରସିବା, ଯାହା ତାଙ୍କ ସ୍ୱାଦକୁ ଆହୁରି ନିଆରା କରିଦେଉଥିଲା । ତାଙ୍କ ହାତ ତିଆରି ଦହିବରାର ସ୍ୱାଦ ଏତେ ଅନନ୍ୟ ଥିଲା ଯେ କେବଳ କଟକ ନୁହେଁ, ସମଗ୍ର ଓଡ଼ିଶାରେ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଥିଲା

Post Views26 Total Count

Apply Now


This will close in 0 seconds

error: Content is protected !!