ଭୁବନେଶ୍ଵରରେ ଅଛନ୍ତି ପ୍ରାୟ ୮୦ ହଜାର କୁକୁର; ଏଣେ ତେଣେ ବୁଲା କୁକୁରଙ୍କୁ ଖାଇବା ଦେବା ନେଇ ବାରଣ

ବୁଲା କୁକୁରଙ୍କ ବନ୍ଧ୍ୟାକରଣକୁ ନେଇ ବିଏମସି ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସ୍ଵାଗତଯୋଗ୍ୟ। ସରକାରୀ ବ୍ୟବସ୍ଥା ନେଇ କାମ କରିବୁ । ବର୍ଷା ପାଇଁ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ଧିମେଇଛି। କୁକୁରଙ୍କ ପାଇଁ ଅଧିକ ବ୍ୟବସ୍ଥା କରାଯିବ। ଏଣେ ତେଣେ ବୁଲା କୁକୁରଙ୍କୁ ଖାଇବା ଦେବା ନେଇ ବାରଣ କରାଯିବ।

ମେୟର କହିଛନ୍ତି ଯେ, ରାଜାଧନୀରେ ପ୍ରତି ଦିନ ୨୦ରୁ ୩୦ କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି। ଆଗକୁ ଅଧିକ ସଂଖ୍ୟାରେ କୁକୁର ବନ୍ଧ୍ୟାକରଣ କରାଯିବ। ବନ୍ଧ୍ୟାକରଣ ପାଇଁ ଅଧିକ ଭିତ୍ତିଭୂମିର ଆବଶ୍ୟକତା ରହିଛି। କୁକୁରଙ୍କ ସଂଖ୍ୟା ଜାଣିବା ପାଇଁ ରାଜଧାନୀରେ ଡଗ୍ ସେନସସ୍ ହେବ। ଏନେଇ ପ୍ରଥମିକ ସ୍ତରରେ କାମ ଆରମ୍ଭ କରାଯାଇଛି । କୁକୁରଙ୍କୁ ଭ୍ୟାକ୍ସିନେସନ ତଥ୍ୟ ରଖାଯିବ। କୁକୁରଙ୍କ କାନରେ ଟ୍ୟାଗ୍ ଲଗାଇବା ବ୍ୟବସ୍ଥା ବିଏମ୍‌ସି କରିବ। ରାଜଧାନୀରେ ପ୍ରାୟ ୮୦ ହଜାର କୁକୁର ଥିବା ଅନୁମାନ କରାଯାଉଛି। ଡଗ୍ ବାଇଲ୍ ହେବ ନା ନାହିଁ ସେ ନିଷ୍ପତ୍ତି ସରକାରଙ୍କର।

 

ପ୍ରକାଶ ଥାଉକି, ଦିଲ୍ଲୀ-ଏନ୍‌ସିଆରରେ ବୁଲା କୁକୁର ମାମଲାରେ ସୁପ୍ରିମ୍‌କୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ସର୍ବସାଧାରଣ ସ୍ଥାନରେ କୁକୁରମାନଙ୍କୁ ଖାଇବାକୁ ଦିଆଯାଇପାରିବ ନାହିଁ । ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କୁ ଖାଇବାକୁ ଦିଆଯିବ । ବୁଲା କୁକୁରଙ୍କର ବନ୍ଧ୍ୟାକରଣ କରାଯିବା ପରେ ତାଙ୍କୁ ଛାଡ଼ି ଦିଆଯିବ । ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ । ହିଂସ୍ର ଏବଂ ଅସୁସ୍ଥ କୁକୁର ସେଲ୍ଟର ହୋମ୍‌ରେ ରହିବେ ବୋଲି ଶୁଣାଣି କରି କହିଛନ୍ତି ସୁପ୍ରିମକୋର୍ଟ ତିନି ଜଣିଆ ଖଣ୍ଡପୀଠ । ସାରା ଦେଶରେ ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ । ଏ ନେଇ ସବୁ ରାଜ୍ୟକୁ ନୋଟିସ୍‌ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଏହି ଖବରଟିକୁ ପଢନ୍ତୁ- ‘ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ’… ବୁଲା କୁକୁର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

Post Views7 Total Count

Apply Now


This will close in 0 seconds

error: Content is protected !!