ଦିଲ୍ଲୀ ଗସ୍ତରେ ବଡ଼ବଡ଼ିଆ ନେତା, ଛିଡ଼ିବକି ଭୋଟ ଅଙ୍କ !

ଦିଲ୍ଲୀ ଗସ୍ତରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଜି ସକାଳେ ସେ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସୂଚନା ଅନୁସାରେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଦଳୀୟ ସାଂସଦଙ୍କ ସହିତ ସେ କରିବେ ଆଲୋଚନା । ଗତକାଲି ପିଏସି ବୈଠକରେ ଦଳର ବରିଷ୍ଠ ନେତାଙ୍କ ମତାମତ ମାଗିଥିଲେ। ନେତାମାନେ ନିଜ ନିଜର ମତ ପ୍ରକାଶ କରିଥିଲେ। ତେବେ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇନଥିଲା। ଦଳୀୟ ସାଂସଦଙ୍କ ଆଲୋଚନା କରିବାକୁ ଆଜି ଦିଲ୍ଲୀ ଯାଇଛନ୍ତି ନବୀନ ପଟ୍ଟନାୟକ। ଦିନକ ପରେ ଉପରାଷ୍ଟ୍ରପତି ନିର୍ବାଚନ। ମହାରାଷ୍ଟ୍ରର ରାଜ୍ୟପାଳ ଥିବା ସିପି ରାଧାକ୍ରିଷ୍ଣନଙ୍କୁ ଏନଡିଏ ପ୍ରାର୍ଥୀ କରିଥିବା ବେଳେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡିଙ୍କୁ ପ୍ରାର୍ଥୀ କରିଛି ଇଣ୍ଡିଆ ମେଣ୍ଟ। ବିଜେଡି ଏଯାଏ ନିଜ କାର୍ଡ ଖୋଲି ନାହିଁ, କାହାକୁ ସମର୍ଥନ କରିବ।

Post Views5 Total Count

Apply Now


This will close in 0 seconds

error: Content is protected !!