କେନ୍ଦୁଝର ଜିଲ୍ଲା ଚମ୍ପୁଆ ସ୍ଥିତ ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲର ଜୁନିଅର ଆସିଷ୍ଟାଣ୍ଟ ରୂପଚାନ୍ଦ ନାୟକ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ତାଙ୍କଠାରୁ ୩୦ ହଜାର ଟଙ୍କା ଜବତ ହୋଇଛି ।
୨୦୨୪ରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଜଣେ କର୍ମଚାରୀ ନିଜ ଏରିଅର ଓ ଫାଇନାଲ ପେନସନ ପାଇଁ ବାରମ୍ବାର ଫରେଷ୍ଟ ଟ୍ରେନିଂ ସ୍କୁଲକୁ ଦୌଡୁଥିଲେ । ହେଲେ ତାଙ୍କର ଏରିଅର କିମ୍ବା ଫାଇନାଲ ପେନସନ ମିଳିନଥିଲା ।
ଏନେଇ ଫରେଷ୍ଟ ଟ୍ରେନିଂ ସ୍କୁଲର ଜୁନିଅର ଆସିଷ୍ଟାଣ୍ଟ ତାଙ୍କୁ ୭୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରୂପଚାନ୍ଦ ନାଏକଙ୍କୁ ଯୋଜନା ମୁତାବକ ତାଙ୍କୁ ମାଡି ବସିଥିଲା କେନ୍ଦୁଝର ଭିଜିଲାନ୍ସ ।

