ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

ଲେଡି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ । ସ୍ବାମୀ ଦୀପକ ରାଉତ, ଦୁଇ ସହଯୋଗୀ ମାଉସୀପୁଅ ଭାଇ ପପୁ ଭୂୟାଁ ଏବଂ ଶମ୍ଭୁ ମହାନ୍ତଙ୍କୁ ମାରାଥନ ଜେରା । ହତ୍ୟା ପଛର ଖିଅ କାଢିବାକୁ ଅଭିଯୁକ୍ତ ମାନଙ୍କୁ ଝାଳବୁହା ଜେରା କରୁଛି ପୋଲିସ ।

ଗତକାଲି ରାତିରେ କେନ୍ଦୁଝରରେ ସିନ ରିର୍କିଏସନ ପରେ ଦୀପକ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଭୁବନେଶ୍ବର ଅଣାଯାଇଥିଲା । କ୍ୟାପିଟାଲ ଥାନାରେ ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା କରାଯାଇଛି। ଆଜି ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯିବ ।

ନିଖୋଜର ୧୦ ଦିନ ପରେ ଶୁଭମିତ୍ରାଙ୍କ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି କମିଶନରେଟ ପୋଲିସ । ପତ୍ନୀ ଶୁଭମିତ୍ରାଙ୍କୁ କାରରେ ବୁଲାଇନେବା ବାହାନାରେ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ କନେଷ୍ଟବଳ ଦୀପକ ରାଉତ । ଲାଏ ଡିଟେକ୍ସନ ଟେଷ୍ଟରେ ସତ ମାନିଲା ଅଭିଯୁକ୍ତ ।

Post Views17 Total Count

Apply Now


This will close in 0 seconds

error: Content is protected !!