୬ ତାରିଖରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ

ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଜଣାପଡିବ ଗତିପଥ ଓ ତୀବ୍ରତା । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏହାର ଗତିପଥ କେଉଁ ଆଡେ ରହିବ ତୀବ୍ରତା କେତେ ରହିବ ଓ ଏହା କେଉଁ ଉପକୂଳ ଆଡକୁ ମୁହାଁଇବ ସେ ନେଇ ସ୍ପଷ୍ଟତା ଆସିବ ।

ପୂର୍ବରୁ ଯାହା କହିଥିଲୁ ସେହି ତଥ୍ୟରେ ବଜାୟ ରହିଛୁ । ଏପ୍ରିଲ, ମେ’, ଜୁନ୍ ଓ ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ବାତ୍ୟା ସୃଷ୍ଟି ହୋଇଥାଏ । ବଙ୍ଗୋପସାଗର ଓ ଆରବ ସାଗରରେ ପାଖାପାଖି ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ନିକଟସ୍ଥ ଅଞ୍ଚଳରେ ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା । ଏହାର ପ୍ରଭାବରେ ୭ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହାପରେ

ଧିରେ ଧିରେ ୮ତାରିଖ ବେଳକୁ ଏହା ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ ।
ତା’ ପରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରୁ ଧିରେ ଧିରେ ଉତର ଆଡକୁ କେନ୍ଦ୍ରୀୟ ବଙ୍ଗୋପସାଗର ଦିଗରେ ଗତି କରିବାର ସମ୍ଭାବନା ରହିଛି , ଏବଂ ଏହା ବାତ୍ୟାରେ ପରିଣତ ହୋଇପାରେ ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!