ସବୁ ଜିଲ୍ଲାରେ ନିର୍ମାଣ ହେବ ସୁଭଦ୍ରା ଶକ୍ତି ବଜାର

ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ବଜାରୀକରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ସବୁ ଜିଲ୍ଲାରେ ନିର୍ମାଣ ହେବ ସୁଭଦ୍ରା ଶକ୍ତି ବଜାର। ଭୁବନେଶ୍ୱରରେ ବି ସୁଭଦ୍ରା ଶକ୍ତି ବଜାର ପ୍ରତିଷ୍ଠା କରିବେ ସରକାର। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ‘ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି। ଲକ୍ଷପତି ଦିଦି ଯୋଜନା କେବଳ ଗ୍ରାମାଞ୍ଚଳରେ ସୀମିତ ଅଛି। ‘ରାଉରକେଲା’ ସହରାଞ୍ଚଳରେ କୌଣସି ଲକ୍ଷପତି ଦିଦି ଚିହ୍ନଟ ହୋଇନାହାନ୍ତି। ସୁଭଦ୍ରା ତୃତୀୟ କିସ୍ତିରୁ ୩ ଲକ୍ଷ ୯୯ ହଜାର ୩୫୨ ଜଣ ବାଦ୍ ପଡ଼ିଛନ୍ତି। ସେହିପରି ଦ୍ଵିତୀୟ କିସ୍ତିରୁ ୧ ଲକ୍ଷ ୮୩ ହଜାର ୭୮୫ ହିତାଧିକାରୀ ବାଦ୍ ପଡ଼ିଛନ୍ତି। ପ୍ରଥମ କିସ୍ତିରେ ମୋଟ ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ଜଣ ପାଇଥିବା ବେଳେ ଦ୍ଵିତୀୟ କିସ୍ତିରେ ୧ କୋଟି ୯୬ ହଜାର ୩୦୭ ଜଣ ପାଇଛନ୍ତି। ୯୬ ଲକ୍ଷ ୯୬ ହଜାର ୯୫୫ ଜଣ ତୃତୀୟ କିସ୍ତି ପାଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ୩,୫୨,୭୩୮ ସ୍ୱୟଂ ସହାୟକ ଗୋଷ୍ଠିକୁ ମୋଟ ୧୭,୪୫୪.୭୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି।

Post Views4 Total Count

Apply Now


This will close in 0 seconds

error: Content is protected !!