ରବୀନ୍ଦ୍ର ମଣ୍ଡପଠାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲର ‘“ଗଜଲ” କାର୍ଯ୍ୟକ୍ରମ ଅନୁଷ୍ଠିତ।

ରବୀନ୍ଦ୍ର ମଣ୍ଡପଠାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲର ‘“ଗଜଲ” କାର୍ଯ୍ୟକ୍ରମ ଅନୁଷ୍ଠିତ।

 

 

ଭୁବନେଶ୍ଵର: ଭୁବନେଶ୍ଵର ମ୍ୟୁଜିକ ସର୍କଲର ପ୍ରତିଷ୍ଠାତା ସର୍ଦ୍ଦାର ସନ୍ତକ ସିଂଙ୍କ ସ୍କୃତି ପ୍ରତି ଶ୍ରଦ୍ଧା ଶ୍ରଦ୍ଧାଞ୍ଜଳି ଜ୍ଞାପନ ସ୍ଵରୂପ ସର୍କଲ ତରଫରୁ ରବୀନ୍ଦ୍ର ମଣ୍ଡପଠାରେ ଏକ “ସୋଲଫୁଲ ଗଜଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ କଳାମନ୍ଦିରର ରାଜୀନ୍ଦର ସିଂ, ଯଶଜିତ୍ କୈାର ଏବଂ ଉତ୍କଳ ହସପିଟାଲର ଡିନ୍ ତଥା ନିର୍ଦ୍ଦେଶକ ଡଃ ପି.କେ ଦାଶ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶୁଭାରମ୍ଭ କରିଥିଲେ। ପ୍ରତି ବର୍ଷ ସନ୍ତକ ସିଂଙ୍କ ଜନ୍ମ ମାସ ଅକ୍ଟୋବର ମାସରେ ଏହି ସଂଗୀତ ସଂନ୍ଧ୍ୟାର ଆୟୋଜନ କରାଯାଇ ଗଜଲ ଓ ଅନ୍ୟାନ୍ୟ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରାଯାଇଥାଏ।

ଚଳିତ ମାସ ୮ ତାରିଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଗଜଲ ଗାୟକ ଧୃତିମୟ ବେହେରା ଓ ଗଜଲ ଗାୟିକା ଶୁଭଲକ୍ଷ୍ମୀ ବେହେରା ଗଜଲ ପରିବେଷଣ କରିଥିଲେ। ଉଭୟ ଧୃତିମୟ ଓ ଶୁଭଲକ୍ଷ୍ମୀ ୨୦୧୩ ମସିହାରେ ଉତ୍କଳ ୟୁନିଭରସିଟି ଅଫ୍ କଲଚର, ଭୁବନେଶ୍ଵରରୁ ଶାସ୍ତ୍ରୀୟ ସଂଗୀତରେ ସ୍ନାତକତ୍ତୋର ଡିଗ୍ରି ହାସଲ କରିଛନ୍ତି। ଓଡିଶାର ବିଭିନ୍ନ ସ୍ଥାନ ସମେତ ଦିଲ୍ଲୀ, କୋଲକାତା ଏବଂ ହାଇଦ୍ରାବାଦରେ ସଂଗୀତ ପରିବେଷଣ କରିବାର ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ ଅଭିଜ୍ଞତା ସେମାନଙ୍କର ରହିଛି। ଉଭୟ ସିନେମା ଇଣ୍ଡଷ୍ଟ୍ରି ଓ ଟି ଭି ଚ୍ୟାନେଲରେ ମଧ୍ୟ କାମ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ତବଲାରେ ଜଗନ୍ନାଥ ଦାଶ, ବଂଶୀରେ ଅଭିରାମ ନନ୍ଦ, ସିନ୍ଥେସିସରରେ ବବ୍‌ଲୁ ଚନ୍ଦ୍ରକାନ୍ତ, ପରକସନ୍‌ରେ ପ୍ରିୟରଞ୍ଜନ ମହାନ୍ତି ଓ ଗିଟାରରେ ଆଶିଷ ଦାସଙ୍କ ଉପସ୍ଥାପନା ବାଦନ ଶୈଳୀକୁ ଚମତ୍କାର ରୂପେ ପ୍ରସ୍ଫୁଟିତ କରିଥିଲା।

Post Views23 Total Count

Apply Now


This will close in 0 seconds

error: Content is protected !!