ସୋନ ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ୫ ଜଣ ନିଖୋଜ

ସୋନ ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ବେଳେ ୫ ଜଣ ନିଖୋଜ ରହିଛନ୍ତି । ଘଟଣା ବଡେମ ଓପି ଥାନା ଅଞ୍ଚଳରେ ରଘୁନାଥପୁର ବାଲୁ ଘାଟରେ ହୋଇଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଏବଂ ପ୍ରଶାସନ ପହଞ୍ଚିଛି ।

ଘଟଣା ସ୍ଥଳରେ ଜିଲାପାଳ, ଏସପି, ଏସଡିଏମ, ଏସଡିପିଓ ଏବଂ ଅନ୍ୟ ସ୍ଥାନୀୟ ଅଧିକାରୀ ପହଞ୍ଚିଛନ୍ତି । ସ୍ଥାନୀୟ ବୁଡ଼ାଳିଙ୍କ ସହାୟତାରେ ଜଣେ ଯୁବତୀଙ୍କ ମ୍ତଦେହ ଉଦ୍ଧାର କରାଯାଇଛି । ତାଙ୍କ ପରିଚୟ ମଧ୍ୟ ମିଳିଛି ।

ଘଟଣା ବିଷୟରେ ଔରଙ୍ଗାବାଦ ଜିଲ୍ଲାପାଳ ଶ୍ରୀକାନ୍ତ ଶାସ୍ତ୍ରୀ ୫ ଜଣ ନିଖୋଜ ଥିବା କହିଛନ୍ତି । ସେ କହିଛନ୍ତି ଡଙ୍ଗା ଓଲଟିବାକୁ ଯୋଗୁଁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ନିଖୋଜକୁ ଖୋଜାଚାଲିଛି । ସେମାନେ ନଦୀ ପାର କରିବା ସମୟରେ ଡଙ୍ଗା ଓଲଟିପଡିଥିଲା ।

Post Views5 Total Count

Apply Now


This will close in 0 seconds

error: Content is protected !!