ମାରିଆ କୋରିନା ମଚାଡ଼ୋଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଘୋଷଣା ହୋଇଛି ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର। ଏଥିପାଇଁ ନୋବେଲ କମିଟି ଭେନେଜୁଏଲାର ମାରିଆ କୋରିନା ମଚାଡ଼ୋଙ୍କୁ ଚୟନ କରାଯାଇଛି ।

ଦେଶର ସତ୍ତାବାଦୀ ତଥା ଏକଛତ୍ରବାଦୀ ସତ୍ତା ବିରୋଧରେ ଲୋକଙ୍କ ଅଧିକାର ପାଇଁ ଲଢ଼ୁଥିବା ଲୌହ ମହିଳା ହେଉଛନ୍ତି ମାରିଆ ।ଭେନେଜୁଏଲାରେ ଗଣତନ୍ତ୍ରର ସୁରକ୍ଷା ପାଇଁ ସବୁବେଳେ ସ୍ବର ଉଠାଇଆସୁଛନ୍ତି ମାରିଆ । ତାଙ୍କୁ ଏହି ଶ୍ରେଷ୍ଠ ସମ୍ମାନ ଘୋଷଣା କରାଯିବା ଭେନେଜୁଏଲାର ନାଗରିକଙ୍କ ପାଇଁ ଖୋରାକ୍ ଯୋଗାଇବ ବୋଲି କୁହାଯାଉଛି ।

ସତ୍ତାଧାରୀ ଶାସକ ବିରୋଧରେ ଲଢ଼ୁଥିବାରୁ ମାରିୟାଙ୍କୁ ଅନେକ ଆଇନଗତ ବନ୍ଧନ ଭିତରେ ରଖାଯାଇଛି । ଏପରିକି ସେ ଲୁଚି ରହିବା ଭଳି ସ୍ଥିତି ମଧ୍ୟ ଉପୁଜିଛି। କିନ୍ତୁ ଏହାକୁ ଖାତିର ନକରି ଲୋକଙ୍କ ଅଧିକାର ପାଇଁ ଲଢ଼ିଛନ୍ତି ସେ ।

Post Views54 Total Count

Apply Now


This will close in 0 seconds

error: Content is protected !!