ଅଧାରେ ରହିଗଲା ପ୍ରେମିକକୁ ବିବାହ ସ୍ବପ୍ନ

ଅଧାରେ ରହିଗଲା ପ୍ରେମିକକୁ ବିବାହ ସ୍ବପ୍ନ । ଘରୁ ଫେରାର ହେଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ପ୍ରେମିକର ଜୀବନ । ବୌଦ୍ଧ ଜିଲା ହରଭଙ୍ଗା ଥାନା ପଇଦାଭୁଇଁ ଛକରେ ଘଟିଛି ଏପରି ଅଭାବନୀୟ ଘଟଣା ।

ମୃତକ ହେଉଛନ୍ତି ଛତ୍ରଙ୍ଗ ଗାଁର ଅମୁଲ୍ୟ ବେହେରା । ଗୁରୁତର ଅବସ୍ଥାରେ ହରଭଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ପ୍ରେମିକା ।

ମୃତ ଅମୂଲ୍ୟ ପ୍ରେମିକାକୁ ନେଇ ଫେରାର ହେଉଥିବା ବେଳେ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ହରଭଙ୍ଗା ପୋଲିସ ।

Post Views5 Total Count

Apply Now


This will close in 0 seconds

error: Content is protected !!