ଜିଲ୍ଲାପାଳ ମାନଙ୍କୁ ୯ଟି ଟାସ୍କ ଦେଲେ ମୋହନ ଚରଣ ମାଝୀ

ଜିଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜିଲାପାଳମାନଙ୍କୁ ୯ଟି ଟାସ୍କ ଦେଇଛନ୍ତି।

ଦୁର୍ନୀତି ହଟାଇ ସଚ୍ଚୋଟ ଏବଂ ସାଧୁତା ପାଇଁ ଜିଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏପରିକି ଜିଲାପାଳମାନଙ୍କୁ ଅଧିକ କ୍ଷେତ୍ର ପରିଦର୍ଶନ କରି ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଅଧିକାରୀଙ୍କୁ ଜିଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ତୁରନ୍ତ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସରକାରୀ ବିଜ୍ଞାପନ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆ ଜରିଆରେ ସରକାରୀ ସୂଚନାକୁ ବ୍ୟାପକ କରିବାକୁ ସମ୍ମିଳନୀରେ କୁହାଯାଇଛି। ଅନ୍ୟପକ୍ଷେ ଗାଦି ମଡ଼ା ବାବୁଙ୍କୁ ଚିହ୍ନଟ କରି ତୁରନ୍ତ ବଦଳାଇବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ କହିଛନ୍ତି।

Post Views33 Total Count

Apply Now


This will close in 0 seconds

error: Content is protected !!