ଚିନ୍ତାରେ ପ୍ରଫୁଲ୍ଲ, ଜାଣନ୍ତୁ ଆଗକୁ କଣ ରହିପାରେ ରଣନୀତି

ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା ଟାଣୁଆ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ରାଜନୈତିକ‌ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଭଦ୍ରକରେ ବିଜେଡିକୁ ସଙ୍ଗଠିତ କରି ରଖିବା ନିମନ୍ତେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀ ସାମଲଙ୍କୁ ଗୁରୁଦାୟିତ୍ବ ଦେଇଥିଲେ। ପ୍ରଫୁଲ୍ଲ ଏହି ଦାୟିତ୍ବ ଠିକ୍ ଭାବେ ନିର୍ବାହ କରିପାରିବେ ବୋଲି ନବୀନ ଭରସା ରଖିଥିଲେ; କିନ୍ତୁ ପ୍ରଫୁଲ୍ଲ ନବୀନଙ୍କ ଭରସା ରଖି ପାରିଲେନି। ଭଦ୍ରକ ବିଜେଡିକୁ ମଜଭୁତ କରିବା ତ ଦୂରର କଥା ପ୍ରଫୁଲ୍ଲଙ୍କ ଘରୁ ବିଦ୍ରୋହର ସୂତ୍ରପାତ ହେଲା।

ପ୍ରଫୁଲ୍ଲଙ୍କ ଦୁଇପୁଅ ପ୍ରୟାସକାନ୍ତି, ପ୍ରଣିତକାନ୍ତି, ସମ୍ପର୍କୀୟ ଭଉଣୀ ଊର୍ମିଳା ନାୟକ ବିଜେପିକୁ ଚାଲିଗଲେ। କେବଳ ପ୍ରଫୁଲ୍ଲଙ୍କ ପରିବାର ସଦସ୍ୟ ପଦ୍ମ ଧରିଲେନି ବରଂ ସେମାନଙ୍କ ନେତୃତ୍ବରେ ୪ ବ୍ଲକ୍ ଅଧ୍ୟକ୍ଷ, ବହୁ ସରପଞ୍ଚ ଏବଂ ସମିତି ସଭ୍ୟ ବିଜେପିରେ ସାମିଲ ହୋଇଛନ୍ତି। ‘ବାଡ଼ ଯେବେ ଫସଲ ଖାଏ’ ଉକ୍ତି ଭଳି ଭଦ୍ରକରେ ବାପା ଗଡ଼ ଜଗିଥିବାବେଳେ ପୁଅ ଗଡ଼ ଦୋହଲାଇ ଦେଇଛନ୍ତି। ଭଦ୍ରକରେ ବିଜେଡିର ସଙ୍ଗଠନକୁ ଦୁର୍ବଳ କରିବା ପଛରେ ଏକ ସୁଚିନ୍ତିତ ରଣନୀତି ରହିଥିବା ଜିଲାବ୍ୟାପୀ ଚର୍ଚ୍ଚା ଜୋର୍‌ ଧରିଛି। ଦୁଇପୁଅଙ୍କ ରାଜନୈତିକ ଭବିଷ୍ୟତ ପାଇଁ ପ୍ରଫୁଲ୍ଲ ଏପରି ଗୋଟିଚାଳନା କରିଥିବା ବିଜେଡି କର୍ମୀଙ୍କ ମହଲରେ ଆଲୋଚନା ହେଉଛି। ଏଥିପାଇଁ ଦେଢ଼ବର୍ଷ ତଳୁ ଯୋଜନା ହୋଇଥିବା କୁହାଯାଉଛି।

Post Views46 Total Count

Apply Now


This will close in 0 seconds

error: Content is protected !!