କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାହାରିବ ବାଲି !

କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାହାରିବ କି ବାଲି ?  ଦୀର୍ଘଦିନର ଅପେକ୍ଷାରେ ପଡିବ କି ପୂର୍ଣ୍ଣଛେଦ ।  ଲକ୍ଷ୍ୟରେ ସଫଳ ହେବକି ପତ୍ନତତ୍ବ ବିଭାଗ । ମନ୍ଦିରରୁ ବାଲି କାଢିବାକୁ ପ୍ରାୟ ୮୦ଫୁଟ ଉଚ୍ଚତାରେ ପଶ୍ଚିମ ପାର୍ଶ୍ଵ ୱାଲରେ ଏକ ୧୬ ସେଣ୍ଟିମିଟର ଟନେଲ ନିର୍ମାଣ କରାଯାଇଛି । ଟନେଲ ଖୋଳା କାର୍ଯ୍ୟ ସରିବା ପରେ ଗର୍ଭଗୃହ ମଧ୍ୟରେ ଥିବା ବାଲିର ସ୍ଥିତି ଓ ଭିତରର ପଥର ଅବସ୍ଥା ଓ ଏହାର ଓସାରକୁ ନଜରରେ ରଖି ବାଲି ପର୍ଯ୍ୟାୟ କ୍ରମେ କଢ଼ାଯିବ । ଏଏସଆଇ ବିଭାଗ ପକ୍ଷରୁ ସମସ୍ତ ମେକାନିକାଲ ପ୍ଲାଟଫର୍ମର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇ ପ୍ରସ୍ତୁତ ହୋଇ ରହିଥିବା କହିଛନ୍ତି ଏଏସଆଇ ପୁରୀ ସର୍କଲ ସୁପରିଟେଡେଣ୍ଟଟ ଡି.ବି ଗଡନାୟକ । ସେପଟେ ଏଏସଆଇ ବିଭାଗର  ଆଞ୍ଚଳିକ ନିର୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସଆଇର ପୂର୍ବତନ ଡାଇରେକ୍ଟର ଜେନେରାଲ ଅଫ କଞ୍ଜରଭେସନ ଏକେ.ବାସାଙ୍କ ସମେତ ଏକ ୧୦ ଜଣିଆ ଇଂଜିନିଅର ଟେକିନିକାଲ କୋର କମିଟି କୋଣାର୍କ ସୂର୍ଯ୍ୟମନ୍ଦିରର ବାଲିକଢା କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି ।ପୂ

ର୍ବରୁ ପ୍ରସ୍ତୁତହୋଇ ରହିଥିବା ଟ୍ରେସ ମ୍ୟାପକୁ ଟିକିନିଖି ଦେଖିଥିଲେ କିମିଟି । ପରେ ସମସ୍ତ ଅଧିକାରୀ ସୂର୍ଯ୍ୟମନ୍ଦିର ଉପରକୁ ଚଢ଼ି ମନ୍ଦିରର ଶୀର୍ଷରେ ଥିବା ଗର୍ଭଗୃହର ସ୍ଥିତି ଅନୁଧ୍ୟାନ କରି ଦେଖିଥିଲେ । ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ତ୍ତ କରାଯାଇ ରୋବଟିକ କ୍ୟାମେରା ମାଧ୍ୟମରେ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ଏବେ ପୁଣି ଗର୍ଭ ଗୃହ ମଧ୍ୟରେ ଥିବା ପ୍ରକୃତ ସ୍ଥିତିକୁ ଆକଳନ କରି ଜାଣିବା ପାଇଁ ତଳୁ ମନ୍ଦିରର ପ୍ରାୟ ୮୦ଫୁଟ ଉଚ୍ଚତାରେ ପଶ୍ଚିମ ପାର୍ଶ୍ଵ ୱାଲରେ ଏକ ୧୬ ସେଣ୍ଟିମିଟରର ଟନେଲ ନିର୍ମାଣ କରାଯାଇଛି । ୧୯୦୩ ମସିହାରେ ସୂର୍ଯ୍ୟମନ୍ଦିର ଏବଂ  ଜଗମୋହନର ସୁରକ୍ଷାକୁ ନେଇ ଇଂରେଜ ସରକାର ବାଲି ଭର୍ତ୍ତି କରିଥିଲେ । ୨୦୨୨ ମସିହାରେ ମନ୍ଦିରରେ  ପୂଜାର୍ଚ୍ଚନା କରିବା ସହ ବାଲି କଢାଯିବା ପାଇଁ ନିଷ୍ପତ୍ତି ନେଇଥିଲା ଏଏସଆଇ ।

Post Views5 Total Count

Apply Now


This will close in 0 seconds

error: Content is protected !!