ମୁକେଶ ଅଗ୍ରୱାଲଙ୍କୁ ପୁଣି ଥରେ ଜିଲା ଉପସଭାପତି ଭାବେ ଦାୟିତ୍ୱ ପ୍ରଦାନ

ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର ବିଭିନ୍ନ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ ଜିଲାର ବରିଷ୍ଠ ଭାଜପା ନେତା ମୁକେଶ ଅଗ୍ରୱାଲଙ୍କୁ ପୁଣି ଥରେ ଜିଲା ଉପସଭାପତି ଭାବେ ଦାୟିତ୍ୱବ ପ୍ରଦାନ କରାଯାଇଛି।

ଯାହାକୁ ନେଇଁ ମୁକେଶଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହାପୂର୍ବରୁ ମୁକେଶ ଭାଜପାର ଜିଲା ଉପସଭାପତି, ଜିଲା ଯୁବ ମୋର୍ଚ୍ଚାର ଉପ ସଭାପତି, ସାଧାରଣ ସମ୍ପାଦକ ରହିଥିବାବେଳେ ଜୁନାଗଡ଼ ଏନ୍‌ଏସି ନିର୍ବାଚନରେ ଭାଜପାରୁ ପ୍ରତ୍ୟକ୍ଷ ଭାବେ ସିଧାସଳଖ ଲୋକଙ୍କ ଭୋଟ ପାଇ ନଗରପାଳ ଭାବେ ନିର୍ବାଚିତ ହୋଇଥିଲେ।

ସେହିପରି ଉକ୍ତ ଏନ୍‌ଏସିରେ ୨ ଥର ଭାଜପା ପକ୍ଷରୁ ଲଗାତାର କାଉନସିଲର ରହିବା ସହ ଗତ କିଛି ତଳେ ନୂଆପଡା ସାଧାରଣ ନିର୍ବାଚନରେ ଭାଜପା ପାର୍ଥି ଜୟ ଢୋଲକିଆ ବିଜୟୀ ହେବାରେ ମଧ୍ୟ ତାଙ୍କ ପ୍ରମୁଖ ଭୂମିକା ରହିଥିଲା। ଆଗାମୀ ଦିନରେ ଜିଲାର ସଂଗଠନକୁ ସୁଦୃଢ଼ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶ ଧାରାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବି ବୋଲି ଜିଲା ଉପସଭାପତି ମୁକେଶ ପ୍ରକାଶ କରିଛନ୍ତି।

Post Views42 Total Count

Apply Now


This will close in 0 seconds

error: Content is protected !!