ନବୀନଙ୍କୁ ଆର୍ଶୀବାଦ ମାଗିଲେ ଅନୁଭବ

ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର ଫେସବୁକରେ ଏକ ପୋଷ୍ଟ କରି ନବୀନଙ୍କ ଆର୍ଶୀବାଦ ଲୋଡିଛନ୍ତି ଅନୁଭବ।

ସେ କହିଛନ୍ତି, ସବୁବେଳେ ନିଜ ପ୍ରତିଶ୍ରୁତି ଅନୁଯାୟୀ ଜାଗ୍ରତ ହେବାକୁ ମୁଁ ଚେଷ୍ଟା କରିଛି। ନିର୍ବାଚନୀ ପ୍ରଚାର ତାଲିକାରେ ମୋତେ ସ୍ଥାନ ଦେଇଥିବାରୁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା, ଜେପି ନଡ୍ଡା , ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ ସାମଲ ବାବୁଙ୍କ ସମେତ ଭାଜପାର ସମସ୍ତ ମାନ୍ୟଗଣ୍ୟ ନେତୃବୃନ୍ଦ ତଥା ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛି।

ଏଥିସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ଆର୍ଶୀବାଦ ଲୋଡିଛନ୍ତି। ସେ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦରୁ ତଥା ନବୀନ ପଟ୍ଟନାୟକ ସାର୍ଙ୍କ ଆର୍ଶୀବାଦରୁ ଓଡିଶାରେ ନରେନ୍ଦ୍ର ମୋଦି ତାଙ୍କର ସାହାସିକ ତଥା ଗତିଶୀଳ ନେତୃତ୍ୱରେ ଭାଜପା ଓଡିଶା ଗଠନ କରି ଆମେ ନୂତନ ଆରମ୍ଭର ସାକ୍ଷୀ ହେବା। ଜୟ ଜଗନ୍ନାଥ। ବନେଦ ଉତ୍କଳ ଜନନୀ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!