କୋଟିପତି ରେଂଜରଙ୍କ ସଂପତ୍ତି ଦେଖି ଟେରା ହୋଇଗଲା ଭିଜିଲାନ୍ସ

କୋଟିପତି ରେଂଜର ରାଜେନ୍ଦ୍ର ସାମନ୍ତରାୟଙ୍କ ସଂପତ୍ତି ଦେଖି ଟେରା ହୋଇଗଲା ଭିଜିଲାନ୍ସ । ଏବେ ସୁଦ୍ଧା ରାଜେନ୍ଦ୍ରଙ୍କ ଗୋଟିଏ ୩ ମହଲା କୋଠା, ୩ ଟି ଦାମୀ ପ୍ଲଟ, ସାଢେ ୩ ଲକ୍ଷ ନଗଦ ଟଙ୍କା, ୨୦୦ ଗ୍ରାମ ସୁନା, ୬୭ ଲକ୍ଷର ବ୍ୟାଙ୍କଜମା, ଗୋଟିଏ ୪ ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜେନ୍ଦ୍ରଙ୍କ ୪ ଠିକଣାରେ ରେଡ୍ ମାରିଥିଲା ଭିଜିଲାନ୍ସ ।

୧୯୮୫ରେ ଫରେଷ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ରାଜେନ୍ଦ୍ରଙ୍କ ପ୍ରାରମ୍ଭିକ ଦରମା ଥିଲା ମାସିକ ମାତ୍ର ୧୫୦୦ଶହ ଟଙ୍କା । ୨୦୨୧ରେ ସେ ଡେପୁଟୀ ରେଞ୍ଜର ଭାବେ ପଦୋନ୍ନତି ପାଇଥିବା ବେଳେ, ଅନୁଗୁଳରେ ନିୟୋଜିତ ଥିଲେ । ୨୦୨୩ରେ ସେ ରେଞ୍ଜର ଭାବେ ପଦୋନ୍ନତି ପାଇଥିଲେ । ଜଗତସିଂହପୁର ରାହାମା ରେଞ୍ଜରେ ସେ କାର୍ଯ୍ୟରତ ଥିଲେ ।

Post Views31 Total Count

Apply Now


This will close in 0 seconds

error: Content is protected !!