ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ବାଦ୍ ପଡିଲେ ଶୁଭମନ ଗିଲ୍‌

ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେବେ, ଅନ୍ୟପଟେ ଖରାପ ଫର୍ମ ଦେଇ ଗତି କରୁଥିବା ଶୁଭମନ ଗିଲ୍‌ଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଆଉ ଝାଡ଼ଖଣ୍ଡକୁ ସୟଦ ମୁସ୍ତାକ ଅଲି ଟ୍ରଫି ଜିତାଇଥିବା ଇଶାନ କିସାନ ବହୁତ ଦିନ ପରେ ଦଳକୁ ଫେରିଛନ୍ତି । ୧୬ ଜଣିଆ ଦଳରେ ସଞ୍ଜୁ ସାମ୍‌ସନ୍‌ଙ୍କୁ ମଧ୍ୟ ସାମିଲ କରାଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମୁଖ୍ୟାଳୟରେ ଚୟନକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ପରେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଘୋଷଣା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଉପସ୍ଥିତ ଥିଲେ ।

Post Views14 Total Count

Apply Now


This will close in 0 seconds

error: Content is protected !!