ପୁରୀ:ଅଟୋ ଚାଳକ ଙ୍କୁ ମାଡ଼ ଘଟଣା ରେ ଲୋମ ଟାଙ୍କୁରା ଦୃଶ୍ୟ. ପୋଲିସ ବାବୁ ଙ୍କୁ ଟାଣି ନେଲା ଚଳନ୍ତି ଅଟୋ । ପୁରୀ ଦକ୍ଷିଣ ଦ୍ୱାର ରେ ଅଟୋ ଚାଳକ ଙ୍କୁ ପୋଲିସ ବାବୁ ନିର୍ଧୁମ ମାଡ଼ ମାରୁଥିବା ଭିଡିଓ ଦୁଇ ଦିନ ତଳେ ଭାଇରଲ ହେଇଥିଲା,
ହେଲେ ଘଟଣା ପଛର ସତ ଆଜି ଆମେ ଆପଣଙ୍କୁ ଦେଖେଇବୁ ଦର୍ଶକ ବନ୍ଧୁ. ଅଟୋ ଚାଳକ ଜଣଙ୍କ ନୋ ଏଣ୍ଟ୍ରି ଜୋନ ତଥା ଶ୍ରୀମନ୍ଦିର ଦ୍ୱାର ସମ୍ମୁଖର ନିକଟ କୁ ଅଟୋ ନେଇ ପ୍ରବେଶ କରିବାରୁ ପ୍ରଥମେ କିଛି ପିସିଆର ଭ୍ୟାନ୍ ଅଟୋ କୁ ରୋକିବାକୁ ଚେଷ୍ଟା କଲେ. ଆଉ ଜଣେ ପୋଲିସ ଅଟୋ କୁ ଧରି ଚାଳକ ଙ୍କୁ ଅଟକାଇ ବାକୁ ଚାହିଁଥିଲେ. କିନ୍ତୁ ଚାଳକ ଜଣଙ୍କ ଆଇନ ଅମାନ୍ୟ କରି ଅମାନିଆ ଭଳି ଅଟୋ କୁ ଜୋର ରେ ଚଳାଇ ଥିଲା. ଫଳରେ ପୋଲିସ ବାବୁ ଜଣଙ୍କ ରାସ୍ତା ରେ ଅଟୋ ସହ ଘୋଷାଡି ହୋଇ ଯାଇଥିଲେ. ପୋଲିସ ବାବୁ ଙ୍କୁ ନିର୍ଦୟ ଭାବେ ଟାଣି ନେଇଥିଲା ଅଟୋ ଯାହାକୁ କି ସେହି ଚାଳକ ଜଣଙ୍କ ଚଳାଉଥିଲେ. ପୁରୀ ର ବିଭିନ୍ନ ସିସିଟିଭି କ୍ୟାମେରା ରେ ଏହି ଲୋମ ଟାଙ୍କୁରା ଦୃଶ୍ୟ କଏଦ ହୋଇଛି. ତେଣୁ ଜଣେ ପୋଲିସ ବାବୁ ଅଟୋ ଚାଳକ ଉପରକୁ ପାଇପ ରେ ମାଡ଼ ମାରିଥିଲେ

