ଡିସେମ୍ବର ୨୯ରେ ସମସ୍ତ ବିଜୁଳି ଅଫିସ ଘେରାଓ କରିବ କଂଗ୍ରେସ

ଓଡିଶା ବାସୀଙ୍କୁ ନିବେଦନ କରି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଟାଟା ଯଦି ବନ୍ଦ କରିନି ଅତିରିକ୍ତ ସିକ୍ୟୁରିଟି, ତେବେ ଡ଼ିସେମ୍ବର ୨୬ରେ ସମସ୍ତ ଜିଲ୍ଲା ହେଡ଼କ୍ଵାଟରରେ ଧାରଣା ଦିଆଯାଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବ କଂଗ୍ରେସ । ସେହିପରି ଟାଟା ପାୱାର ବିଦା ନ ହେବା ଯାଏଁ ଆଇନ ଅମାନ୍ୟ ଆନ୍ଦୋଳନ ହେବ । ଡିସେମ୍ବର ୨୯ରେ ସମସ୍ତ ବିଜୁଳି ଅଫିସ ଘେରାଓ କରାଯିବ । ସେହିପରି ଟାଟା ପାୱାର ଜନବିରୋଧୀ କାମ କରୁଛି ଏବଂ ଉପଭୋକ୍ତାଙ୍କୁ ଶୋଷଣ କରୁଛି । ଟାଟା ଲୋକଙ୍କୁ ବୋନସ ଦେବା କଥା । ହେଲେ ଟାଟାର ବେଆଇନ କାମକୁ ଆଉ ବରଦାସ୍ତ କରି ହେବନି । ତେଣୁ ଅତିରିକ୍ତ ସୁରକ୍ଷା ଜମା ଟାଟାକୁ ନଦେବାକୁ କହିଛନ୍ତି।

ସେହିପରି ଗତବର୍ଷ ଧାନ କିଣାରେ ଦୁଇ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ପିସିସି ସଭାପତି । ଏବର୍ଷ ମଧ୍ୟ ଚାଷୀଙ୍କୁ ଟୋକନ ଦିଆଯାଉ ନାହିଁ । ଖୁଲମ ଖୁଲା କଟନୀ ଛଟନୀ ଚାଲିଛି । ୮୦୦ ଟଙ୍କା ବୋନସ ଦେଇ ପାରୁନାହାନ୍ତି ସରକାର ।ଡିଷ୍ଟ୍ରେସ ସେଲ ଯେମିତି ହବ ସେମିତି ପରିସ୍ଥିତି ସୃଷ୍ଟି କରୁଛନ୍ତି ସରକାର । ତେଣୁ ଧାନ ସଂଗ୍ରହରେ ପଶ୍ଚିମ ଓଡିଶାରୁ ଦକ୍ଷିଣ ଓଡିଶାରେ ଦୁର୍ବାର ଆନ୍ଦୋଳନ କଂଗ୍ରେସ କରିବ ବୋଲି ଭକ୍ତ ଦାସ ସୂଚନା ଦେଇଛନ୍ତି ।

Post Views8 Total Count

Apply Now


This will close in 0 seconds

error: Content is protected !!