ସକାଳୁ ସକାଳୁ ଥରିଲା ଆସାମ ଓ ତ୍ରିପୁରା

ସକାଳୁ ସକାଳୁ ଥରିଲା ଆସାମ ଓ ତ୍ରିପୁରା । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୫.୧ ରେକର୍ଡ ହୋଇଛି । ସୂଚନା ମୁତାବକ ଏହାର କେନ୍ଦ୍ରସ୍ଥଳ ରହିଥିଲା ଆସାମର ମୋରିଗାଓଁ । ଭୋର ପ୍ରାୟ ୪ଟା ୧୭ରେ ଭୂକମ୍ପ ପରେ ଭୟରେ ଲୋକେ ଘରୁ ବାହାରକୁ ପଳାଇ ଆସିଲେ ।

ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଭୂକମ୍ପ ପରେ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି । ତ୍ରିପୁରାର ଗୋମତୀ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୯ ।

Post Views30 Total Count

Apply Now


This will close in 0 seconds

error: Content is protected !!