କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । ଆସନ୍ତୁ ଜୁନ୍ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର ।

କର୍ଣ୍ଣାଟକ ରାଜ୍ୟପାଳ ଥୱର ଚାନ୍ଦ ଗେହଲଟ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ଆସନ୍ତା ଜୁନ୍ ୩ ତାରିଖରେ ଶିବକୁମାର କର୍ଣ୍ଣାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ବେଙ୍ଗାଲୁରୁର ଲୋକଭବନ ଗ୍ଲାସ ହାଉସରେ ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ଗୁରୁବାର ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ରାଜ୍ୟପାଳ ଗେହଲଟ୍ ଲୋକଭବନରେ ନଥିବା କାରଣରୁ ସେ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ସଚିବଙ୍କୁ ଦେଇ ଆସିଥିଲେ । ଶୁକ୍ରବାର ରାଜ୍ୟପାଳ ଲୋକଭବନକୁ ଫେରିବା ଇସ୍ତଫାକୁ ଗ୍ରହଣ କରିଛନ୍ତି । ଏହା ସହିତ ରାଜ୍ୟ ମନ୍ତ୍ରୀ ପରିଷଦକୁ ଭଙ୍ଗ ଘୋଷଣା କରିଛନ୍ତି । ତେବେ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପର୍ଯ୍ୟନ୍ତ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିବାକୁ ରାଜ୍ୟପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!