ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା। ଚୋରି ଅଭିଯୋଗ ଆଣି କଲେ ସଂଘବଦ୍ଧ ଆକ୍ରମଣ। ଭିଡ଼ର ଭୟ ଦେଖି ଯୁବକ ଜଣକ ପୋଖରୀ ଭିତରେ ପଶିଯାଇଥିଲେ। ପୋଖରୀ ଭିତରେ ଯୁବକ ବୁଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାଂଲାଦେଶ ନାଓଗାଓଁ ଜିଲ୍ଲାରେ ଘଟିଛି ଏ ଭୟାନକ ଘଟଣା। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ବୃଦ୍ଧି ପାଇବା ସହିତ ଭିଡ଼ରୁ ରକ୍ଷା ପାଇବା ପାଇଁ ପାଣିରେ ଡେଇଁ ଜଣେ ହିନ୍ଦୁ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ମହାଦେବପୁର ଗାଁର ୨୫ ବର୍ଷୀୟ ମିଥୁନ ସରକାର ବୋଲି ଜଣାପଡିଛି। ଚୋରି ଅଭିଯୋଗ କରି କିଛି ଲୋକ ତାଙ୍କୁ ପିଛା କରିଥିଲେ। ଜୀବନ ବଞ୍ଚାଇବା ପାଇଁ ପ୍ରାଣପଣେ ଚେଷ୍ଟା କରି ସେ ନିକଟସ୍ଥ ଏକ ପୋଖରୀରୁ ଡେଇଁ ପଡ଼ିଥିଲେ। ପୋଲିସ ଓ ଅଗ୍ନିଶମବାହିନୀର ଆସି ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲା। ପୋଷ୍ଟମର୍ଟମ କରି ତନାଘନା ଚାଲିଛି ବୋଲି କହିଛି ବାଂଲାଦେଶ ପୋଲିସ। ତେବେ ଚୋରି ଅଭିଯୋଗକୁ ନିଶ୍ଚିତ କରିନାହିଁ ପୋଲିସ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଲଗାତାର ବୃଦ୍ଧି ପାଇଛି। ୩୫ ଦିନ ମଧ୍ୟରେ ମୋଟ ୧୨ ଜଣ ହିନ୍ଦୁଙ୍କୁ ହତ୍ୟା କଲେଣି ସଂଖ୍ୟାବହୁଳ ଗୋଷ୍ଠୀ। ଗତ ମଙ୍ଗଳବାର ରାତିରେ ୪୦ ବର୍ଷୀୟ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିଲା।

 

Post Views67 Total Count

Apply Now


This will close in 0 seconds

error: Content is protected !!