ଏସାଇ ପରୀକ୍ଷା ସ୍କାମ୍ ଖୁଲାସା

 

ପୋଲିସ SI ପରୀକ୍ଷା ସ୍କାମ ମାମଲାରେ ସିଲିକନ୍ ଟେକ୍ ଲ୍ୟାବ ପ୍ରାଇଭେଟ ଲିମିଟେଡ ବା STLକୁ କ୍ଲିନ୍ଚିଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ କ୍ୟାରେକ୍ଟର ସାର୍ଟିଫିକେଟ୍ ପାଇବା ପରେ ପୋଲିସ SI ପରୀକ୍ଷା ପରିଚାଳନା କରିଥିଲା ସିଲିକନ୍ ଟେକ୍ ତଥା STL।

ଏପରିକି କମ୍ପାନୀର ମୁଖ୍ୟ ସୁରେଶ ନାୟକ ଜଣେ ଭଦ୍ର ଓ ଜ୍ଞାନୀ ଲୋକ ବୋଲି ସାର୍ଟିଫିକେଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ । ଏନେଇ OTV ହାତରେ ଲାଗିଛି କ୍ରାଇମବ୍ରାଞ୍ଚ STL କୁ ଦେଇଥିବା କ୍ଲିନ୍ ଚିଟ୍ ସାର୍ଟିଫିକେଟର exclusive ଦସ୍ତାବିଜ୍ । ଏପରିକି ଏ ଚିଠି ଦର୍ଶାଉଛି, ସିଲିକନ୍ ଟେକ୍ ଲ୍ୟାବ ପୂର୍ବରୁ ଜେଲ ୱାର୍ଡର ଓ ହାଇକୋର୍ଟ ASO ପରୀକ୍ଷା ପରିଚାଳନା କରିଥିଲା ।
ସେପଟେ CBI ଚାର୍ଜସିଟ୍ କହୁଛି, 2025 ମାର୍ଚ୍ଚ ମାସରୁ ପୋଲିସ SI ପରୀକ୍ଷା ଜାଲିଆତି ପାଇଁ ସମସ୍ତ ପ୍ରସ୍ତୁତି ସହ ଆଶାୟୀ ପରୀକ୍ଷାର୍ଥୀଙ୍କଠାରୁ ୨୫ ଲକ୍ଷ ଟଙ୍କା ଆଦାୟ ହୋଇ ସାରିଥିଲା । ହେଲେ ଗତ 2025 ଅଗଷ୍ଟ ୪ ତାରିଖରେ ହିଁ ସିଲିକନ୍ ଟେକ୍ ଲ୍ୟାବକୁ କ୍ଲିନଚିଟ୍ ଦେଇଥିଲା ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ । STLକୁ କ୍ଲିନ୍ଚିଟ୍ ଦେଇଥିଲା କ୍ରାଇମବ୍ରାଞ୍ଚପୋଲିସ SI ପରୀକ୍ଷା ସ୍କାମ ମାମଲାରେ ଖୁଲାସାସିଲିକନ୍ ଟେକ୍ ଲ୍ୟାବ୍ ପ୍ରାଇଭେଟ ଲିମିଟେଡ୍କୁ କ୍ରାଇମବ୍ରାଞ୍ଚ ଦେଇଥିଲା କ୍ଲିନଚିଟ୍କ୍ୟାରେକ୍ଟର ସାର୍ଟିଫିକେଟ୍ ପାଇବା ପରେ SI ପରୀକ୍ଷା ପରିଚାଳନା କରିଥିଲା STL I

Post Views45 Total Count

Apply Now


This will close in 0 seconds

error: Content is protected !!