ଆପରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ରାଘବ ଚଢ଼ା

ଆମ ଆଦମୀ ପାର୍ଟି (AAP)କୁ ବଡ଼ ଝଟକା ଲାଗିଛି । ରାଜ୍ୟସଭା ସାଂସଦ ରାଘବ ଚଢ଼ା, ଅଶୋକ ମିତ୍ତଲ ଏବଂ ସନ୍ଦୀପ ପାଠକ ଆପରୁ ଇସ୍ତଫା ଦେଇଛନ୍ତି । ଏହା ସହ ସେମାନେ ବିଜେପିରେ ଯୋଗ ଦେଇଥିବା ନେଇ ଘୋଷଣା କରିଛନ୍ତି ରାଘବ ଚଢ଼ା । ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ରାଘବ ଚଢା କହିଛନ୍ତି, ‘ରାଜ୍ୟସଭାରେ ଆପର ଦୁଇ ତୃତୀୟାଂଶ ସଦସ୍ୟ ଭାରତର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବିଜେପିରେ ଯୋଗ ଦେବାକୁ ସ୍ଥିର କରିଛୁ ।’

ରାଘବ ଚଢା କହିଛନ୍ତି ଯେ, ଆମ ଆଦମୀ ପାର୍ଟି ଦେଶ ପାଇଁ ନୁହେଁ, ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କାମ କରୁଛି। ଦୁର୍ନୀତି ଦୂର କରିବା ନାଁରେ ଗଠିତ ଏହି ଦଳ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ହାତରେ ଅଛି। ଆମ୍ ଆଦମୀ ପାର୍ଟିର ଦୁଇ-ତୃତୀୟାଂଶ ସାଂସଦ ବିଜେପିରେ ଯୋଗ ଦେଉଛନ୍ତି। ସେ କହିଛନ୍ତି, ‘ମୁଁ ମୋ ରକ୍ତ ଏବଂ ଝାଳ ଦେଇ ଆମ୍ ଆଦମୀ ପାର୍ଟି ପାଇଁ କାମ କରିଛି ।

ମୁଁ ଘୋଷଣା କରୁଛି ଯେ, ଆମ୍ ଆଦମୀ ପାର୍ଟି ଛାଡୁଛି। ମୁଁ ଏହି ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲି। ହୁଏତ ମୋ ଅପେକ୍ଷା ଏହି ଦଳକୁ କେହି ଭଲ ଭାବରେ ଜାଣିପାରିବେ ନାହିଁ।

Post Views37 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!