ବିମାନର ବୋର୍ଡିଂ ଗେଟରେ ସ୍ପାଇସଜେଟର ୪ କର୍ମଚାରୀଙ୍କୁ ପିଟିଲେ ଜଣେ ଯାତ୍ରୀ। ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା SG-386 ଏହି ଆକ୍ରମଣ ଶ୍ରୀନଗର ବିମାନବନ୍ଦରରେ ଏହି ଘଟଣା ଘଟିଛି। ଏନେଇ ଅଭିଯୋଗ କରିଛି ସ୍ପାଇସଜେଟର ଜଣେ ମୁଖପାତ୍ର। ଅଭିଯୋଗ ଅନୁସାରେ ଯାତ୍ରୀ ସ୍ପାଇସଜେଟର କର୍ମଚାରୀଙ୍କୁ ଗୋଇଠା ଏବଂ ମୁଠା ସାହାଯ୍ୟରେ ଆକ୍ରମଣ କରିଥିଲେ। ଫଳରେ ଆମର କର୍ମଚାରୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା ଏବଂ ସେମାନଙ୍କ ପାଟିରେ ଗମ୍ଭୀର ଆଘାତ ଲାଗିଥିଲା।
ସେ କହିଛନ୍ତି ଯେ ସ୍ପାଇସଜେଟର ଜଣେ କର୍ମଚାରୀ ତଳେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଚେତାଶୂନ୍ୟ ହେବା ସତ୍ତ୍ୱେ ଯାତ୍ରୀ ଜଣକ ସେହି କର୍ମଚାରୀଙ୍କୁ ଗୋଇଠା ଏବଂ ମୁଠା ମାରି ଚାଲିଥିଲେ। ଚେତାଶୂନ୍ୟ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଯାଇ ଆଉ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ତାଙ୍କ ନାକ ଏବଂ ପାଟିରୁ ରକ୍ତ ବାହାରିଥିଲା। ଆହତ କର୍ମଚାରୀମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। କର୍ମଚାରୀମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଯେଉଁ ଯାତ୍ରୀ ଆକ୍ରମଣ କରିଥିଲେ ସେ ଜଣେ ବରିଷ୍ଠ ସାମରିକ ଅଧିକାରୀ ଥିଲେ। ମୁଖପାତ୍ର କହିଛନ୍ତି ଯେ ଯାତ୍ରୀ ଦୁଇଟି କ୍ୟାବିନ୍ ବ୍ୟାଗ୍ ଧରି ଆସୁଥିଲେ ଯାହାର ମୋଟ ଓଜନ ୧୬ କିଲୋଗ୍ରାମ ଥିଲା। କିନ୍ତୁ ୭ କେଜିର ଓଜନ ପର୍ଯ୍ୟନ୍ତ ନେବାର ଅନୁମତି ରହିଛି। କିନ୍ତୁ ଯାତ୍ରୀ ଆଣିଥିବା ବ୍ୟାଗ ଦୁଇଗୁଣରୁ ଅଧିକ।
ସେ କହିଛନ୍ତି ଯେ ଯେତେବେଳେ ଯାତ୍ରୀଙ୍କୁ ଅତିରିକ୍ତ ଲଗେଜ ଉପରେ ପ୍ରଯୁଜ୍ୟ ଶୁଳ୍କ ଦେବାକୁ କୁହାଗଲା, ସେ ମନା କରିଦେଲେ ଏବଂ ବୋର୍ଡିଂ ପ୍ରକ୍ରିୟା ସମାପ୍ତ ନକରି ଜୋରଜବରଦସ୍ତ ଏରୋବ୍ରିଜରେ ପ୍ରବେଶ କରି ବିମାନ ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଂଘନ କଲେ। ତାଙ୍କୁ ଜଣେ ସୁରକ୍ଷା କର୍ମୀ ଗେଟ୍ ପାଖକୁ ଫେରାଇ ଆଣିଲେ। ଅଧିକାରୀ କହିଛନ୍ତି ଯେ ଗେଟ୍ ପାଖରେ ଯାତ୍ରୀଙ୍କ ଆଚରଣ ଆହୁରି ଆକ୍ରମଣାତ୍ମକ ହୋଇଗଲା ଏବଂ ସେ ସ୍ପାଇସ୍ ଜେଟ୍ ଗ୍ରାଉଣ୍ଡ ଷ୍ଟାଫ୍ର ଚାରି ଜଣ ସଦସ୍ୟଙ୍କୁ ଆକ୍ରମଣ କଲେ।

