ଝିଅକୁ ନେଇ ରାଜନୀତି ନ କରିବାକୁ ଅନୁରୋଧ କଲେ ବାପା

ବଳଙ୍ଗା ପୀଡ଼ିତାଙ୍କ ବାପା। ଝିଅକୁ ନେଇ ରାଜନୀତି ନ କରିବାକୁ ଅନୁରୋଧ କରିଛନ୍ତି । କହିଛନ୍ତି ସରକାର ଯାହା ସହଯୋଗ କରିବା କଥା କରିଛନ୍ତି ।

‘ମୋ ଭାଗ୍ୟରେ ମୋ ଝିଅ ନାହିଁ’ । ଯାହା ହୋଇଛି ମୋ ଝିଅର ମାନସିକ ଚିନ୍ତା ପାଇଁ ହୋଇଛି । ଝିଅ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ସେ କହିଛନ୍ତି ।

ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା । ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ।

ଗତ ୧୯ ତାରିଖରେ ନିମାପଡ଼ା ବାୟାବର ଗାଁର ୧୫ ବର୍ଷର ନାବାଳିକାଙ୍କୁ ଭାର୍ଗବୀ ନଦୀ କୂଳରେ ଏକ ନିଛାଟିଆ ସ୍ଥାନରେ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଥିଲା । ଅଜଣା ଦୁର୍ବୃତ୍ତମାନେ ଅପହରଣ କରି ଜାଳି ଦେଇଥିବା ତାଙ୍କ ମାଆ ଅଭିଯୋଗ କରିଥିଲେ ।

Post Views14 Total Count

Apply Now


This will close in 0 seconds

error: Content is protected !!