ଦିନକରେ ଇନ‌ଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋୟର୍‌ ହରାଇଲେ ରାଘବ

ଦିନକ ପୂର୍ବେ ରାଘବ ଚଢ଼ା ଆମ୍‌ ଆଦମୀ ପାର୍ଟି (ଆପ୍‌) ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ରାଘବଙ୍କ ସହିତ ଆପ୍‌ର ଅନ୍ୟ ୬ ଜଣ ରାଜ୍ୟସଭା ସାଂସଦ ମଧ୍ୟ ଆପ୍‌ ଛାଡ଼ି ବିଜେପିରେ ମିଶିଥିଲେ। ଏହି ଘଟଣା ଦେଶର ରାଜନୀତିରେ ଏକ ବଡ଼ ଭୂକମ୍ପ ଆଣିଥିଲା। ରାଘବ ଆମ୍‌ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗଦେବା ଘଟଣାକୁ ଯୁବପିଢ଼ି ପସନ୍ଦ କରିନାହାନ୍ତି। ରାଘବଙ୍କ ଏହି ପଦକ୍ଷେପ ତାଙ୍କ ଲୋକପ୍ରିୟତା ହ୍ରାସ କରିଛି। ମାତ୍ର ୨୪ ଘଣ୍ଟା ଭିତରେ ରାଘବ ତାଙ୍କ ଇନଷ୍ଟାଗ୍ରାମରେ ପାଖାପାଖି ୧୦ ଲକ୍ଷ ବା ଗୋଟିଏ ନିୟୁତ ଫଲୋୟର (ଅନୁଗାମୀ) ହରାଇଛନ୍ତି।

 

ତଥ୍ୟ ଅନୁଯାୟୀ ଶୁକ୍ରବାର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କର ଇନଷ୍ଟାଗ୍ରାମରେ ୧୪.୬ ନିୟୁତ ଫଲୋୟର ଥିଲେ, କିନ୍ତୁ ଶନିବାର ଅପରାହ୍ଣ ୧ଟା ବେଳେ ତାଙ୍କ ଫଲୋୟର ସଂଖ୍ୟା ୧୩.୫ ନିୟୁତକୁ ଖସି ଆସିଥିଲା। ମାତ୍ର ୨୪ ଘଣ୍ଟା ଭିତରେ ୧ ନିୟୁତ ବା ପାଖାପାଖି ୧୦ ଲକ୍ଷ ଫଲୋୟର କମିଯାଇଥିିଲେ। ରାଜନୈତିକ ସମୀକ୍ଷକ ଏହାକୁ ଚଢ଼ାଙ୍କ ବିରୋଧରେ ଜେନ୍‌ ଜିଙ୍କ ପ୍ରତିକ୍ରିୟା ବୋଲି କହିଛନ୍ତି। ଇନଷ୍ଟାଗ୍ରାମରେ ଏକ ଭାଇରାଲ ଜେନ୍‌ ଜି ‘ଅନଫଲୋ’ ଅଭିଯାନ ଯୋଗୁଁ ରାଘବ ଚଢାଙ୍କ ଫଲୋୟର ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ହ୍ରାସ ପାଇଛି ବୋଲି ଏନସିପି (ଏସପି) ମୁଖପାତ୍ର ଅନିଶ ଗାୱାଣ୍ଡେ ଟ୍ୱିଟ୍ କରି କହିଛନ୍ତି। ଇଣ୍ଟରନେଟ୍ ଆପଣଙ୍କୁ ରାତାରାତି ହିରୋ ଓ ଜିରୋ କରିପାରେ ବୋଲି ଗାୱାଣ୍ଡେ କହିଛନ୍ତି। ରାଘବ ରାଜ୍ୟସଭାରେ ଜେନ୍‌ ଜି ବା ଯୁବପିଢ଼ିକୁ ପ୍ରଭାବିତ କରୁଥିବା ସମସ୍ୟା ଯେପରିକି ଟ୍ରାଫିକ୍‌ ସମସ୍ୟା, ପୈତୃକ ଛୁଟି, ଟେଲିକମ୍‌ କମ୍ପାନିଙ୍କ ଦ୍ବାରା ଦୈନିକ ଡାଟା ସୀମା ପ୍ରସଙ୍ଗ ଉଠାଇ ଲୋକପ୍ରିୟ ହୋଇପାରିଥିଲେ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!