ମେ ୧୧ରୁ ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି

ରତ୍ନଭଣ୍ଡାର ପୁଣି ଗଣତି ମଣତି ହେବ । ଦୀର୍ଘ ଦିନ ବ୍ୟବଧାନ  ପରେ ଆସନ୍ତା ମେ ୧୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ। ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ  ସୂଚନା ଦେଇଛନ୍ତି।

ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ଏବଂ ରବିବାର ଠାକୁରଙ୍କ ହଳଦୀ ପାଣି ନୀତି ରହିଛି। ଏଣୁ ଠାକୁରଙ୍କ ନୀତି କାନ୍ତିରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ସେଥିପାଇଁ ଗଣତି ମଣତି କାର୍ଯ୍ୟ ବନ୍ଦ ରଖାଯାଇଥିଲା। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଆସନ୍ତା ୧୧ ତାରିଖରୁ ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ। ପରେ ଆଉ କେଉଁ ଦିନ ଗଣତି ମଣତି କାର୍ଯ୍ୟ କରାଯିବ ସେନେଇ ସୂଚନା ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି।
ପୂର୍ବରୁ ଏପ୍ରିଲ୍ ୧୪ ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯାଇ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଅଳଙ୍କାରର ଗଣତି କାର୍ଯ୍ୟ ଶେଷ ହୋଇଛି। ରତ୍ନ ଅଳଙ୍କାର ଗଣତି ମଣତି ସମୟରେ ଶ୍ରୀମନ୍ଦିରର ବଣିଆ ସେବକ, ରତ୍ନ ବିଶାରଦ ଏବଂ ଆରବିଆଇ ଅଧିକାରୀ ଉପସ୍ଥିତ ରହୁଛନ୍ତି। ସିସିଟିଭି ସର୍ଭିଲାନ୍ସ ମଧ୍ୟରେ ସମସ୍ତ ଗଣତିମଣତି କାର୍ଯ୍ୟ କରାଯିବା ସହ ରତ୍ନ ଅଳଙ୍କାରର ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି ଏବଂ ଫଟୋଗ୍ରାଫି କରାଯାଉଛି। ଗଣତି ମଣତି ସମୟରେ ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!