IAS ଅଫିସର ଚାକିରିରୁ ବହିଷ୍କୃତ!

IAS ଅଫିସର ଚାକିରିରୁ ବହିଷ୍କୃତ!। ଦୁର୍ନୀତି ଅଭିଯୋଗରେ ଆଇଏଏସ ପଦ୍ମା ଜୈସୱାଲ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ୨୦ ବର୍ଷ ତଳର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ଦୁର୍ନୀତି ଓ ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ୨୦୦୩ ବ୍ୟାଚର ବରିଷ୍ଠ IAS ଅଫିସର ପଦ୍ମା ଜୈସୱାଲଙ୍କୁ କେନ୍ଦ୍ର ସରକାର ଚାକିରିରୁ ବହିଷ୍କାର କରିଛନ୍ତି ।

ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରାମ-କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଡରର ଏହି ଅଧିକାରୀଙ୍କ ବିରୋଧରେ ୨୦୦୭-୦୮ ମସିହାର ଏକ ପୁରୁଣା ମାମଲାରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପଦ୍ମା ଜୈସୱାଲଙ୍କ ଶିକ୍ଷାଗତ ଯୋଗ୍ୟତା ବେଶ ଉଚ୍ଚକୋଟୀର ଥିଲା ।

ନିଜର ୨୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, ଗୋଆ ଏବଂ ପୁଡୁଚେରୀ ଭଳି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ୨୦୦୭-୦୮ ମସିହାରେ ସେ ଅରୁଣାଚଳ ପ୍ରଦେଶର ୱେଷ୍ଟ କାମେଙ୍ଗ ଜିଲ୍ଲାର ଡେପୁଟି କମିଶନର ଥିଲେ ।

ବିଭିନ୍ନ ସରକାରୀ ବିଭାଗରେ ସେ ସଚିବ, ନିର୍ଦ୍ଦେଶକ, ଯୁଗ୍ମ ସଚିବ ଏବଂ ରେଜିଷ୍ଟ୍ରାର ଭାବେ ଦାୟିତ୍ୱ ତୁଲାଇଛନ୍ତି । ନିକଟରେ ୨୦୨୬ ଆରମ୍ଭରେ ସେ ଦିଲ୍ଲୀ ସରକାରଙ୍କ ପ୍ରଶାସନିକ ସୁଧାର ବିଭାଗରେ ବିଶେଷ ସଚିବ ଭାବେ କାର୍ଯ୍ୟରତ ଥିଲେ। ଜଣେ କାର୍ଯ୍ୟରତ IAS ଅଫିସରଙ୍କୁ ଚାକିରିରୁ ବହିଷ୍କାର କରିବା ଭଳି ବିରଳ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଭିଯୋଗ ଅନୁଯାୟୀ, ୨୦୦୭-୦୮ ମସିହାରେ ଅରୁଣାଚଳ ପ୍ରଦେଶର ୱେଷ୍ଟ କାମେଙ୍ଗ ଜିଲ୍ଲାପାଳ ଥିବା ସମୟରେ ସେ ନିଜ ପଦବୀର ଅପବ୍ୟବହାର କରି ପ୍ରାୟ ୨୮ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର କରିଥିଲେ । ୨୦୦୮ରେ ପ୍ରଥମେ ଅଭିଯୋଗ ଦାୟର ହୋଇଥିଲା ।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!