ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସ୍ୱିଡେନର ଗୋଥେନବର୍ଗରେ ପହଞ୍ଚିଛନ୍ତି । ପ୍ରାୟ ସାତ ବର୍ଷ ପରେ ସ୍ୱିଡେନ ଗସ୍ତରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା ।
ଏହି ଅବସରରେ ସ୍ୱିଡେନ ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ଦେଶର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ମଧ୍ୟରୁ ଗୋଟିଏ ‘ରୟାଲ୍ ଅର୍ଡର ଅଫ୍ ଦି ପୋଲାର୍ ଷ୍ଟାର’ରେ ସମ୍ମାନିତ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା ୩୧ତମ ଅନ୍ତର୍ଜାତୀୟ ସମ୍ମାନ ।
ସ୍ୱିଡେନ ପ୍ରଧାନମନ୍ତ୍ରୀ କ୍ରିଷ୍ଟରସନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ବନ୍ଧୁ ବୋଲି କହି କହିଛନ୍ତି, “ଦୁଇଟି ଗଣତନ୍ତ୍ର, ଗୋଟିଏ ମଜଭୁତ ସମ୍ପର୍କ ।” ପ୍ରଧାନମନ୍ତ୍ରୀ ମୋଦୀ ସ୍ୱିଡେନ ଭାଷାରେ ଟ୍ୱିଟ୍ କରି ଏହି ଆତିଥ୍ୟ ପାଇଁ ସ୍ୱିଡେନ ପ୍ରତି କୃତଜ୍ଞତା ମଧ୍ୟ ପ୍ରକାଶ କରିଛନ୍ତି ।

